ବ୍ରହ୍ମପୁରଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉଦଘାଟିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :  ରାଜ୍ୟ ସରକାରଙ୍କ  ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବ୍ରହ୍ମପୁର ଠାରେ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତିରାଜ ବିଭାଗ ଦ୍ବାରା ଜିଲ୍ଲା ସ୍ତରୀୟ ବିକାଶ ମେଳା, ପଲ୍ଲିଶ୍ରୀ ମେଳା ଏବଂ ଖାଦ୍ୟ ମେଳା ଆୟୋଜିତ ହୋଇଛି । ସ୍ଥାନୀୟ  ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଏହି ମେଳାକୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗୀୟ ମନ୍ତ୍ରୀ, ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ , ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଦିଗପହଣ୍ଡି ବିଧାୟକ  ସିଦ୍ଧାନ୍ତ ମହାପାତ୍ର,  ଆସ୍କା ବିଧାୟକ  ସରୋଜ କୁମାର ପାଢ଼ୀ,  ସୋରଡ଼ା ବିଧାୟକ  ନୀଳମଣି ବିଷୋୟୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା  କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ସର୍ବଣ ବିବେକ ଏମ୍ , ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସଦୟ ଉପସ୍ଥିତ ଥିଲେ l 

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା  ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, କାର୍ଯ୍ୟକ୍ରମ ଆଦି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି  ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ବର୍ଷକ ଭିତରେ ଯାହାସବୁ ବିକାଶ ହୋଇଛି ସେହି ବିଷୟ ରେ ଜଣାଇଥିଲେ l ମେଡ଼ିକାଲ କଲେଜ ରେ ଡାକ୍ତରଙ୍କର ଅଭାବ ରହିବ ନାହିଁ l ଗଞ୍ଜାମ ଜିଲ୍ଲାରେ ଶିଳ୍ପ ର ପ୍ରତିଷ୍ଠା ହେବ ଯୁବ ବର୍ଗ ବାହାର ରାଜ୍ୟ କୁ ଯାଇ ଆଉ କାମ କରିବେ ନାହିଁ,  ନିଜ ମାଟିରେ କାମ କରିବେ l ଗ୍ରାମୀଣ ,ପଶୁପାଳନ, କୃଷି କ୍ଷେତ୍ର  ଆଦି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଯୋଜନା ଆଗକୁ ବହୁତ୍ କିଛି କରାଯିବ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ l   ଏଥି ସହିତ ନୂଆ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ କରିବା ନିମନ୍ତେ ସମସ୍ତ ଙ୍କ ସହଯୋଗ ଏବଂ ସହଭାଗିତା କାମନା କରିଥିଲେ। ଦୃଷ୍ଟି ହୀନତା ମାନଙ୍କ ପାଇଁ ବ୍ରେଲ ଲିପି ରେ କରେଣ୍ଟ ଆଫେୟାର୍ସ – 2025 (current affairs 2025) ପୁସ୍ତକ ମଞ୍ଚାସୀନ  ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଛି l ହିତାଧିକାରୀ ମାନଙ୍କୁ   ଗ୍ରାମ କଣ୍ଟକ ପଟ୍ଟା, ରାସନ୍ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଆୟୁଷ୍ମାନ କାର୍ଡ, ମିଶନ ଶକ୍ତି ମାଆ ମାନଙ୍କୁ ୪୫ଲକ୍ଷ ଚେକ୍ ର ଲୋନ ପ୍ରଦାନ କରାଯାଇଥିଲା l ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୦୦୦୦,ଦ୍ୱିତୀୟ ସ୍ଥାନ ସ୍ଥାନ ଅଧିକାର କରିଥିବା ଗୋଷ୍ଠୀକୁ ୮୦୦୦ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗୋଷ୍ଠୀକୁ ୬୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୃତ ନିର୍ମାଣ ଶ୍ରମିକ ଙ୍କ   ପରିବାରକୁ ସହାୟତା ରାଶି , ବିବାହ ସହାୟତା, ମାତୃକା ସହାୟତା ଆଦି ପ୍ରଦାନ କରାଯାଇଥିଲା । ସେହିଭଳି ଭିଜନ ଓଡ଼ିଶା -୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଶୀର୍ଷକ ନେଇ ଜିଲ୍ଲା ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।   ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ହିତାଧିକାରୀ ମାନଙ୍କୁ ହୁଇଲ୍ ଚେୟାର , ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । 

ଏହି ବିକାଶ ମେଳା ବିଭିନ୍ନ ବିଭାଗ ର ସୂଚନା, ଶିକ୍ଷା, ଯୋଗାଯୋଗ ଷ୍ଟଲ ଗୁଡ଼ିକ ସ୍ଥାନିତ ହେବା ସହିତ ବିଭିନ୍ନ କୃଷି ଉପକରଣ ଆଦି ପ୍ରଦର୍ଶନ କରାଯାଇଅଛି । ଜିଲ୍ଲାର ସମସ୍ତ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରୀ କରାଯାଉଛି l ଏହି ବିକାଶ ମେଳା ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଏଥିରେ ସମୁଦାୟ 160ଟି ଷ୍ଟଲ୍ ଖୋଲାଯାଇଛି । 118 ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ଗ୍ରାମାଞ୍ଚଳରୁ 24 ଜଣ ଶିଳ୍ପୀ, ରାଜ୍ୟର 27ଟି ଜିଲ୍ଲା ଓ 10ଟି ବାହାର ରାଜ୍ୟ ଅଂଶ ଗ୍ରହଣ କରିଛନ୍ତି ।  ବିଭିନ୍ନ ରାଜ୍ୟ ଓ ଜିଲ୍ଲା ର ଷ୍ଟଲ୍ ଗୁଡ଼ିକ ମଧ୍ୟ ସ୍ଥାନିତ ହୋଇଅଛି l 

ସେହିଭଳି ସନ୍ଧ୍ୟାରେ ସ୍ଥାନୀୟ କଳାକାର ଓ ଅନ୍ୟ ଜିଲ୍ଲାର କଳାକାର ମାନଙ୍କ ଦ୍ଵାରା ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।

Post a Comment

Previous Post Next Post