(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଗୋପାଳପୁର ସ୍ଥିତ ପ୍ରମୋଦ ଲାଣ୍ଡ ଆଣ୍ଡ ରିଶୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପରାମର୍ଶ କର୍ମଶାଳା ରେ ରାଜ୍ୟ ସରକାରଙ୍କ ଆଇନ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ l ୨୦୪୭ ବେଳକୁ ଭାରତ ବର୍ଷରେ ବିକଶିତ ଚେହେରା ପ୍ରଷ୍ଫୁଟିତ ହୋଇପାରିବ, ୨୦୩୬ ବେଳକୁ ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ସାଙ୍ଗକୁ ଓଡ଼ିଶାର ଅର୍ଥନୀତିକୁ ୫୦୦ ମିଳିୟନ ୟୁଏସ ଡ଼ଲାର ଏବଂ ୨୦୪୭ ବେଳକୁ ୧୫୦୦ ମିଲିଆନ ୟୁଏସ ଡଲାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତ ବର୍ଷକୁ ବିକଶିତ କରିବା ପାଇଁ ରାଜ୍ୟ ବିକଶିତ ହେବା ଆବଶ୍ୟକ । ରାଜ୍ୟ ବିକଶିତ ପାଇଁ ଜିଲ୍ଲା ବିକଶିତ ହେବା ଅପରିହାର୍ଯ୍ୟ । ଜିଲ୍ଲା ବିକଶିତ ହେବା ପାଇଁ ଗ୍ରାମ, ସହରାଞ୍ଚଳ ଗୁଡିକର ବିକାଶ ନିହାତି ହେବା ଜରୁରୀ । ବର୍ତ୍ତମାନ ସରକାର ଓଡିଶାକୁ ବିକଶିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି ଏବଂ ଆଗାମୀ ଦିନରେ କରିବେ । ସେଥି ନିମନ୍ତେ ଜିଲ୍ଲାର ବିକାଶ ଦିଗରେ ଜନ ସାଧାରଣ, ବୁଦ୍ଧିଜୀବୀ ମାନଙ୍କ ମତାମତକୁ ନେଇ ତାହାକୁ ଏକ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯାଇ ତାହାର ବିକାଶ ହେଲେ ସ୍ଥାନୀୟ ସମସ୍ୟା ଗୁଡିକ ସମାଧାନ ହୋଇ ବିକାଶ ହୋଇପାରିବ । ଜିଲ୍ଲାରେ ସେହିପରି ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ ପଶୁସମ୍ପଦ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ, ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିକଶିତ ଭାରତ ସ୍ବପ୍ନ ରହିଛି ତାହାକୁ ସଫଳ କରାଇବା ନିମନ୍ତେ ଜନ ଭାଗୀଦାର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲା କୁ ବିକଶିତ କରିବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି , ଯାହାକି ଅନ୍ୟ କୌଣସି ଜିଲ୍ଲାରେ ନାହିଁ । ଗଞ୍ଜାମ ଜିଲ୍ଲାବାସୀଙ୍କ ଠାରେ ଦକ୍ଷତା ରହିଛି ଏବଂ ଜିଲ୍ଲାର ଲୋକେ ମେହନତି ଓ ସରଳ ବିଶ୍ବାସୀ ଅଟନ୍ତି । ଆମ ଜିଲ୍ଲାରେ ଥିବା ଭିତ୍ତିଭୂମିକୁ ଉପଯୋଗ କରି ଯାହାସବୁ ଯୋଜନା କରିବା ସେଥି ନିମନ୍ତେ ଜନ ସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ।
ଗଞ୍ଜାମ ଜିଲ୍ଲାର ଉପସ୍ଥିତ ବୁଦ୍ଧିଜୀବୀଗଣ ଅବଗତ କରାଇଥିଲେଯେ, ଜିଲ୍ଲାର ଯୁବକ ଅନ୍ୟରାଜ୍ୟରେ ଭଲକାମ କରି ନିଜର ପାରଦର୍ଶିତା ପ୍ରତିପାଦନ କରିପାରୁଛନ୍ତି । ଏହି ଜିଲ୍ଲାର ସେମାନଙ୍କୁ ଅଣାଯାଇ ଏହି ଜିଲ୍ଲାରେ କର୍ମ ନିଯୁକ୍ତି ଦେଲେ ସେମାନଙ୍କ ଅଭିଜ୍ଞତା ଯୋଗୁଁ ବିକାଶ ଦିଗରେ ପଥ ପରିସ୍କାର ହେବ ଏବଂ ଜିଲ୍ଲାର ଯୁବକଗଣ ନିଯୁକ୍ତି ପାଇବେ । ଏଥିନିମନ୍ତେ ପ୍ରକଳ୍ପର ଆବଶ୍ୟକତା ରହିଛି । ଜିଲ୍ଲାର ବିସ୍ତିର୍ଣ୍ଣ ସାମୁଦ୍ରିକ ବେଳାଭୂମି ରହିଛି । ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ 16 ଗୋଟି ସ୍ଥାନରେ ଲେଣ୍ଡିଙ୍ଗ ସେଣ୍ଟର ଏବଂ ମାଛ ନିମନ୍ତେ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ସ୍ବାସ୍ଥ୍ୟ, କୃଷି ଏବଂ ଅନ୍ୟାନ୍ୟ ମତନେଇ ବୁଦ୍ଧିଜୀବୀଗଣ ମତ ରଖିଥିଲେ । ଏଥିରେ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ଏନଜିଓ, ବିଭିନ୍ନ ସଂସ୍ଥାର ମୁଖ୍ୟ ଓ ଅଧ୍ୟକ୍ଷ ମାନେ ସାମିଲ ହୋଇ ବିକଶିତ ଜିଲ୍ଲା ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସ୍ୱାଗତ ଭାଷଣ ପ୍ରଦାନ କରି ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଓଡ଼ିଶା ଭିଜନ ୨୦୩୬ ଏଵଂ ୨୦୪୭ ସକାଶେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ । ଯାହା ଲୋକଙ୍କ ପାଇଁ, ଲୋକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଜନ ଡକ୍ୟୁମେଣ୍ଟ ସମସ୍ତଙ୍କ ଭାଗିଦାରୀରେ ପ୍ରସ୍ତୁତ ଲକ୍ଷ୍ୟ ରଖା ଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ସେହି ସମ୍ପର୍କରେ ଆଜି ଉପସ୍ଥିତ ବ୍ୟକ୍ତି ବିଶେଷ ନିଜ ମତ ଉପସ୍ଥାପନ କରି ଆମ ଗଞ୍ଜାମ ଜିଲ୍ଲାର ସମସ୍ତଙ୍କ ନିମନ୍ତେ କିଭଳି ସମୃଦ୍ଧି ଆଣିପାରିବା ସେହି ସମ୍ପର୍କରେ ଆଜିର ଆଲୋଚନା ନିଶ୍ଚିତ ରୂପେ ଫଳପ୍ରଦ ହେବ ବୋଲି ଆଶା ପୋଷଣ କରିଥିଲେ।
ଓଡିଶା ଭିଜନ ଡକ୍ୟୁମେଣ୍ଟ ନୀତି ଆୟୋଗର ସହଯୋଗରେ ପ୍ରସ୍ତୁତ ଆଜିର କାର୍ଯ୍ୟକ୍ରମରେ ଏହି ଜିଲ୍ଲାର ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ହେବ, ଯାହାକି ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିବ। ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଗତି କରି ଆମ ଜିଲ୍ଲାର ବିକାଶ କରିବା । ଗ୍ରାମାଞ୍ଚଳକୁ ସଶକ୍ତ କରିବା ଓ ଆମ ଐତିହ୍ୟର ସୁରକ୍ଷା କରି ଆମେ ଗର୍ବିତ ହେବା। ଏହା ସହିତ ଅନେକ ଯୋଜନାକୁ କିଭଳି ରୂପରେଖ ଦେଇ ଗଢି ତୋଳିବା ଏବଂ ସରକାରଙ୍କ ଭିଜନକୁ ପରିପୁରଣ କରି ବିକଶିତ ଜିଲ୍ଲା ଆଉ ବିକଶିତ ଓଡ଼ିଶା ଗଢ଼ିବା । ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ଆପଣ ମାନଙ୍କ ମତ ଉପସ୍ଥାପନ ଗ୍ରହଣ ଯୋଗ୍ୟ ହେବ ବୋଲି ଆଶା ପୋଷଣ କରୁଛି। ସରକାରଙ୍କ ମୂଳ ଆଭିମୁଖ୍ୟ ରହିଛି ।
ଜିଲ୍ଲା ମାନଙ୍କର ସାମଗ୍ରିକ ବିକାଶ। କୃଷି ପ୍ରଣାଳୀରେ ଉନ୍ନତୀ ଆଣି ଜିଲ୍ଲାର କୃଷକ କିଭଳି ଅଧିକ ଆତ୍ମ ସ୍ବାବଲମ୍ବୀ ହେବେ। ସେହି କ୍ଷେତ୍ରରେ ଆବଶ୍ୟକୀୟ କାର୍ଯ୍ୟଧାରାକୁ ଉନ୍ନତି କରିବା । ଜିଲ୍ଳା ଲୋକଙ୍କ ଅର୍ଥନୀତି ଉନ୍ନତି ହେବ। ବ୍ୟବସାୟ ବୃଦ୍ଧି ହେବ। ଗଞ୍ଜାମ ଜିଲ୍ଲାର ସଂସ୍କୃତି ଲୋକ କଳା ଅତି ଉନ୍ନତି ଆଉ ଏଥି ସକାଶେ ଏହି ଜିଲ୍ଲା ଅଗ୍ରଣୀ ଜିଲ୍ଲା I
ବ୍ରହ୍ମପୁର ସହର ଜିଲ୍ଲାର ମୁଖ୍ୟ ସହର , ଏଠାରେ ଶିଳ୍ପ , ଶିକ୍ଷା ଅନୁଷ୍ଠାନ, ଅନେକ ଯୁବ ପିଢ଼ିକୁ ସୁନ୍ଦର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି। ଏହି ଧାରାକୁ ଆହୂରି ଉନ୍ନତି ଆଣି ଆଧୁନିକ ଢଙ୍ଗରେ ଆଜିର ଆବଶ୍ୟକତାକୁ ଦୃଷିରେ ରଖି ସଜାଇବାକୁ ହେବ। ଯୁବପିଢ଼ିଙ୍କ ନିମନ୍ତେ ଅନେକ ବ୍ୟବସ୍ଥା କରିବାକୁ ହେବ।ଏହି ଜିଲ୍ଲାର ମହିଳା ଉଦ୍ୟୋଗୀ ଗଣ ଅନେକ ପାରଦର୍ଶିତା ଦେଖାଇ ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ସକାଶେ ନୂତନ ମାର୍ଗ ଦେଖାଇବାର ଆବଶ୍ୟକତା ରହିଛି। ଏହି ଜିଲ୍ଲାର ଉନ୍ନତି ହେଲେ ଓଡ଼ିଶା ବିକାଶ ସ୍ଵପ୍ନ ସାକାର ହେବ। ତେଣୁ ଆଜିର ପରାମର୍ଶ କାର୍ମଶାଳା ରେ ଶ୍ରମ ପ୍ରଧାନ ଶିଳ୍ପ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ଶିଳ୍ପାୟନରେ ଶକ୍ତିକ୍ଷେତ୍ର ପ୍ରସ୍ତୁତ କରି ସମନ୍ୱିତ ଶିଳ୍ପ ପାର୍କର ବିକାଶ ସହିତ ନୂତନ ଅର୍ଥନୈତିକ ମଣ୍ଡଳ (SEZ) ବିକାଶ କରି ବନ୍ଦର ଭିତ୍ତିକ ସୃଷ୍ଟି କରିବା ଦିଗରେ ଗୁରୁତ୍ବ ଦେବା।
ନିବେଶକ ମାନଙ୍କୁ ଆକର୍ଷତ କରିବା ନିମନ୍ତେ ନିମନ୍ତ୍ରଣ, ଅପରାଧ ନିରାକରଣ ଓ ଡିଜିଟାଲ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବା।
ସହରୀକରଣ ଅଭିବୃଦ୍ଧି କରି ଅର୍ଥ ନୈତିକ କ୍ଷେତ୍ର ନିର୍ମାଣ କରିବା।
ସମସ୍ତ ନାଗରିକ, ଯୁବକ, ଉଦ୍ୟୋଗପତି , କୃଷକ, ଓ ପ୍ରଶାସନ ମିଳିତ ଭାବେ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ତେବେ ଆମ ଓଡ଼ିଶାର ଦୃଢ଼ ଭବିଷ୍ୟତ ସ୍ଥାପିତ ହୋଇ ପାରିବ।