କନ୍ଧମାଳ ମୋ ନିୟୁଜ ଓଡିଶା:୨୭/୦୬/୨୦୨୫
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ଦୀର୍ଘ ବର୍ଷର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ ୨୦୨୩ ମସିହାରେ ଜୁନ୍ ରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ହୋଇଥିଲା।ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଡିଇଓ ପ୍ରମୋଦ କୁମାର ଷଡଙ୍ଗୀ, ଶିକ୍ଷକ ନେତା ବୋଲାଉ ଥିବା ଶିକ୍ଷକ ବିଦେଶୀ କୁମାର ନାୟକ, ସନ୍ତୋଷ କୁମାର ଦିଗାଲ ପଦୋନ୍ନତି ପାଇବାକୁ ଥିବା ୩୧୪ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଜଣକେ ୩୦୦୦/ଟଙ୍କା ଆଦାୟ କଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ପଦୋନ୍ନତି ପାଉଥିବା ଖୁସିରେ ବିନା ଦ୍ବିଧାରେ ଟଙ୍କା ଦେଇଥିଲେ।ଆଉ ଏହି ଟଙ୍କା ସବୁ ସନ୍ତୋଷ ଦିଗାଲ୍ ଙ୍କ ଆକାଉଣ୍ଟ, ଫୋନ୍ ପେ ସହିତ ନଗଦ ବି ଆସିଥିଲା। ଏହାର ସୁଯୋଗ ନେଇ ସନ୍ତୋଷ କୁମାର ଦିଗାଲ, ରବୀନ୍ଦ୍ର କୁମାର ସାହୁ ଜଣେ ବୟସ୍କ ନିରିହ ଶିକ୍ଷକ ଯିଏ ୩୦ ବର୍ଷରୁ ଅଧିକ କୋଟଗଡ଼, ଦାରିଙ୍ଗବାଡି, ତୁମୁଡ଼ିବନ୍ଧ ଅଞ୍ଚଳର ଅନେକ ଦୁର୍ଗମ ଅଞ୍ଚଳରେ କାର୍ଯ କରି ପଦୋନ୍ନତିରେ ଫୁଲବାଣୀ ହାଟପଦା ଉପ୍ରା ବିଦ୍ୟାଳୟକୁ ଚୟନ କରି ପଳେଇଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ଦିଗାଲ ତାଙ୍କ ଦସ୍ତଖତକୁ କାଟି ନିଜେ ଦସ୍ତଖତ କରି ଜୋର ଜବରଦସ୍ତ ହାଟପଦା ସ୍କୁଲରେ ଅଛନ୍ତି। ଶିକ୍ଷକ ରବିନ୍ଦ୍ର କୁମାର ସାହୁଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ସେ ଥିବା ସଡକିଆ ଉପ୍ରା ବିଦ୍ୟାଳୟରେ ହିଁ ପଦୋନ୍ନତି ଆଦେଶ ପତ୍ର ୨ ଦିନ ପରେ ଦେଇ ଏହା ଡିଇଓ ଚାହୁଁଛନ୍ତି କହିଲେ। ଯଦିଓ ଜଏନ୍ ନକରିବ ତମ ପଦୋନ୍ନତି ବାତିଲ୍ କରିଦେବେ କହିଲେ।ସେ ଡିଇଓଙ୍କୂ ଫୋନ୍ କରିବାରୁ ଚୁପ୍ ଚାପ୍ ଜଏନ୍ କରିବାକୁ କହିଲେ।କାରଣ ସେ ସନ୍ତୋଷ କୁମାର ଦିଗାଲଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇ ସାରିଥିଲେ।ବିଦେଶୀ କୁମାର ନାୟକ ଯାହାଙ୍କ ବିରୁଦ୍ଧରେ ନାବାଳିକା ଦୁଷ୍କର୍ମ ନିର୍ଯାତନା ମାମଲାରେ ୨ ବର୍ଷ ଜେଲ ଦଣ୍ଡ ସହିତ ୨ ହଜାର ଟଙ୍କାର ଜରିମାନା ହୋଇଛି ଓ ସେ ପାଇଥିବା ପୂର୍ବରୁ ସମସ୍ତ ପଦୋନ୍ନତି ରଦ୍ଧ କରିବାକୁ ୨୦୨୨ ମସିହାରେ ଜିଲ୍ଲାପାଳ,ଡିଇଓଙ୍କୁ ଗ୍ରୀନବାଡିର ଜଣେ ଶିକ୍ଷକ ଲିଖିତ ଅଭିଯୋଗ ବି କରିଛନ୍ତି। କିନ୍ତୁ ଟଙ୍କା ମୋହରେ ଡିଇଓ ସେହି ଅଭିଯୋଗ ଓ କେଶ୍ କୁ ଚାପିଦେଇ , ପଦୋନ୍ନତି ପାଇବାକୁ ଅଯୋଗ୍ୟ ଶିକ୍ଷକ ବିଦେଶୀ କୁମାର ନାୟକଙ୍କୁ ସେ କାର୍ଯ୍ୟରତ ଥିବା ସିମନବାଡି ଉପ୍ରା ବିଦ୍ୟାଳୟରେ ହିଁ ପଦୋନ୍ନତି ଆଦେଶ ଦେଲେ ଯେମିତି କେହି ଜାଣିପାରିବେ ନାହଁ ସେ ପଦୋନ୍ନତି ପାଇଛି। କିନ୍ତୁ ୨୦୨୪ ମସିହା ଡ଼ିସେମ୍ବର ମାସରେ ଯେତେବେଳେ ବାସୀ ମଧ୍ୟାହ୍ନ ଭୋଜନ ଖାଇ ସିମନବାଡିରେ ୩୬ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ଡାକ୍ତରଖାନାରେ ଭର୍ତ୍ତି ହେଲେ ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ଡିଇଓ ସେସବୁ ମଧ୍ୟ ଚାପି ଦେଇଛନ୍ତି,ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ ଚାନ୍ଦା ଆଦାୟରେ ସହଯୋଗ ପାଇଁ ସୁନିତୀ ଆଚାରୀ ଶିକ୍ଷୟିତ୍ରୀ ଫୁଲବାଣୀଙ୍କୁ ସନ୍ତୋଷ ଓ ବିଦେଶୀ ଦାୟିତ୍ଵ ଦେଇଥିଲେ। କିନ୍ତୁ ପଦୋନ୍ନତି ତାଲିକାରେ ତାଙ୍କ ନାମ ନଥିବାରୁ ସେ ଚାନ୍ଦା ଆଦାୟ କଲେ ନାହଁ। ପରବର୍ତ୍ତୀ ସମୟରେ ଶିକ୍ଷକ ରାଧାନାଥ ସାହୁ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇ ତାଙ୍କ ଡାଇରୀରୁ ଫୋଟ ଉଠେଇ ଆସି ଚାନ୍ଦା ସଂଗ୍ରହ କରିଥିଲେ।ଏସବୁ ବିଷୟରେ ଜାଣିପାରି ବାଲିଗୁଡା ଶିକ୍ଷକ ରାଜେନ୍ଦ୍ର କୁମାର ପାତ୍ର ସେ ଚୟନ କରିଥିବା ବିଦ୍ୟାଳୟକୁ ନଯାଇ ସୀତାପଡ଼ି ଉପ୍ରା ବିଦ୍ୟାଳୟ ଯାହାକି ଭେକେନ୍ସି ତାଲିକାରେ ନଥିଲା ସେଇଠି ଅର୍ଡର କରିନେଲେ, ସେହିପରି କାଶିନିପଦର ଫିରିଙ୍ଗିଆ ସ୍କୁଲ ଭେକେନ୍ସି ତାଲିକାରେ ନଥିବାବେଳେ ଦାରିଙ୍ଗବାଡି ଗ୍ଲୁଡା ଉପ୍ରା ବିଦ୍ୟାଳୟକୁ ଯାଇଥିବା ଶିକ୍ଷକ ବଳରାମ ମିଶ୍ର କାଶିନପଦର ବିଦ୍ୟାଳୟକୁ ଅର୍ଡର ନେଇଗଲେ।ଏହି ସବୁ ଦୁର୍ନୀତି ଅନ୍ୟାୟ ଅନିତି ବିଷୟରେ ଜାଣିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ତା ସହିତ ଦୁର୍ନୀତିର ଉପଯୁକ୍ତ ତଦନ୍ତ ପାଇଁ ଜିଲ୍ଲାପାଳ କନ୍ଧମାଳଙ୍କୁ ବି ଲିଖିତ ଅଭିଯୋଗ ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହାର ତଦନ୍ତ ନହେବା ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ଓ ଦାବି ହେଉଛି ତୁରନ୍ତ ଏହାର ତଦନ୍ତ କରି ଶିକ୍ଷକ ସନ୍ତୋଷ କୁମାର ଦିଗାଲ ଙ୍କ ବିରୁଦ୍ଧରେ ଅପରାଧକ ମାମଲା ରୁଜ୍ଜୁ ସହିତ ବିଦେଶୀ କୁମାର ନାୟକଙ୍କ ସମସ୍ତ ପଦୋନ୍ନତି ବାତିଲ୍ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।