ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କୁକୁଡ଼ାଖଣ୍ଡି ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ଜଣେ ଯୁବତୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାକୁଂ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଅର୍ଥାତ୍ ମଂଗଳବାର ସକାଳେ ସଂପୃକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଜୀବନ ମରଣ ସହ ଲଢୁଥିଲେ। ଯୁବତୀ ଜଣଙ୍କ ୨୧ ବର୍ଷୀୟ ରାଣୀ ପ୍ରଧାନ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ନରେ କୁକୁଡାଖଣ୍ଡି ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ହଠାତ୍ କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାରେ ପୋଲିସ ଯୁବତୀଙ୍କ ବାପାକୁ ଅଟକ ରଖି ପଚରାଉଚରା କରୁଛି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।