ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆରଡିସି

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର : ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଶନ ସାହୁ ଆଜି ବୁଗୁଡା ଗସ୍ତରେ ଆସିଥିଲେ l ଆରଡ଼ିସିଙ୍କ ଗ୍ରସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସାମିଲ ଥିବାବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ବିଭିନ୍ନ କାର୍ଯ୍ଯ ସମୀକ୍ଷା କରିଥିଲେ l ପରେ ବଡଦାଣ୍ଡସ୍ଥିତ ଐତିହାସିକ ଦ୍ବିତୀୟ ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କ ରୂପେ ବିବେଚିତ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ଗ୍ରସ୍ତ କରିଥିଲେ।  ସେଠାରେ ସେ ମନ୍ଦିରର ଉନ୍ନତି ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର ଅର୍ଥ ସଠିକ୍ ବିନିଯୋଗ ଏବଂ ଉନ୍ନୟନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।  ଆଜି ଦିନ ଗୋଟାଏ ସମୟରେ ଆରଡିସି ଏବଂ ଉପଜିଲ୍ଲାପାଳ ଉଭୟେ ମନ୍ଦିର କାର୍ଯ୍ୟ ଅନୁଧ୍ୟାନ କରୁଥିବା ସମୟରେ ବୁଗୁଡ଼ା ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଓ ବିରଞ୍ଚିନାରାୟଣ ମନ୍ଦିର ମଠ ମହନ୍ତ ଭକ୍ତରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post