ଲିଟିଲ୍ ସ୍କଲାର ସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର : ବ୍ରହ୍ମପୁର,ଲିଟିଲ୍ ସ୍କଲାର୍ ସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସ୍କୁଲର ଚେୟାର ମେନ୍  ଶ୍ରୀଯୁକ୍ତ ଧରଣୀ ଧର ଦାସ  ମୁଖ୍ୟ ଅତିଥି ଭାବେ ଓ ପ୍ରିନ୍ସପାଲ ଶ୍ରୀମତୀ ଆଇ.ନଜୀରା ଯୋଗ ଦେଇ ଯୋଗର ମହତ୍ତ୍ଵ ଓ ଶାରୀରିକ ସମୃଦ୍ଧି ରେ ରହିଥିବା ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ।ଏଥିରେ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କ ସହ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଉକ୍ତ ଅନୁଷ୍ଠାନର ଏସ କେ ଫାୟାଜୟୁଦ୍ଦିନ, ଜାକିରା ବେଗମ୍ ମଣିଷ ଜୀବନରେ ଯୋଗର ମହତ୍ତ୍ଵ ଉପରେ ବିଶେଷ ଆଲୋଚନା କରିଥିଲେ।ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ  ସ୍କୁଲ ର ଚେୟାର ମେନ୍ ଶ୍ରୀଯୁକ୍ତ ଧରଣୀ ଧର ଦାସ, ପ୍ରିନ୍ସପାଲ ଶ୍ରୀମତୀ ଆଇ.ନଜୀରା,ଏସ କେ ଫାୟାଜୟୁଦ୍ଦିନ୍ , ଜାକିରା ବେଗମ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ  ମାନେ ପରିଚାଳନା କରିଥିଲେ।

Post a Comment

Previous Post Next Post