ଆଦିତ୍ୟ ବାହିନୀ ବ୍ରହ୍ମପୁର ଶାଖା ପକ୍ଷରୁ ରାଷ୍ଟ୍ର ଉତ୍କର୍ଷ ଦିବସ ପାଳିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର : ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ପୀଠ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଜଗଦ୍ ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ୮୩ ତମ ପ୍ରାକଟ୍ଯ ଦିବସ ଯଥା ରୀତି ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଗତ କାଲି ପାଳନ ହୋଇଯାଇଛି। ଇଂ .ସୂର୍ଯ୍ୟ ନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାମୀ ଅଖିଳାନନ୍ଦ ତୀର୍ଥ ବର୍ତ୍ତମାନ ଶଙ୍କରାଚାର୍ଯ୍ୟଙ୍କ ଜୀବନୀ, ବାଣୀ , ଆଦର୍ଶ , ଶାସ୍ତ୍ର ଜ୍ଞାନ ଗଭୀରତା ଏଵଂ ତାଙ୍କର ବୈଦିକ ଗଣିତରେ ଥିବା ର ନିପୁଣତା ବିଷୟରେ ଆଲୋଚନା କରିଥିଲେ। ସ୍ବାମୀ ହରିଶରଣାନନ୍ଦ ସରସ୍ଵତୀ ଅନୁଷ୍ଠାନର ସର୍ବବିଧ ଉନ୍ନତି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହ ସଂଗଠନକୁ ଆହୁରି ବ୍ୟାପକ ଭାବରେ ପ୍ରଚାର ପ୍ରସାର ସହ ପ୍ରତ୍ୟେକ ପଂଚାୟତରେ ଥିବା ଭାଗବତ ଟୁଙ୍ଗି ସହ ମିଳିତ ଭାବରେ କାର୍ଯ୍ଯ କରି ହିନ୍ଦୁ ମାନଙ୍କ ମଧ୍ୟରେ ଜାଗରଣ ଆଣିବା ନିମନ୍ତେ ସମସ୍ତେ ସହଯୋଗ ଓ ସମର୍ପଣ ଭାବ ନେଇ କାମ କରିବାକୁ ନିବେଦନ କରିଥଲେ । ବିଶ୍ବହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ମହାପାତ୍ର ଭାରତୀୟ ସଂସ୍କୃତିର ସୁରକ୍ଷା ପାଇଁ ଯୁବ ସମାଜ ସଚେତନ ହେବା ସହ ସଂସ୍କାର ପ୍ରଥମେ ପରିବାରରୁ ଆରମ୍ଭ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ବାହିନୀ ସଭାପତି ଶିବଶଙ୍କର ମାଦଳା, ସମ୍ପାଦକ ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ଉପେନ୍ଦ୍ର ପାଣିଗ୍ରାହୀ,ବିଜୟ ରାମ ପାଣିଗ୍ରାହୀ, ସଂଜୀବ କୁମାର ପଟ୍ଟନାୟକ, ଗୋପାଳ କୃଷ୍ଣ ପାଢ଼ୀ, ନରସିଂହ ସାହୁ, ରତ୍ନଗର୍ଭା ସରସ୍ଵତୀ ଦେବୀ, କୋଷାଧ୍ୟକ୍ଷ ରାମପ୍ରସାଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

  ପ୍ରଥମେ ଗୁରୁଦେବଙ୍କ ପୂଜା, ଆରତୀ, ପୁଷ୍ପାଞ୍ଜଳି ସମାପନ କରାଯାଇଥିଲା। ଗୁରୁଜୀଙ୍କ ଆଦର୍ଶ ଓ ବାଣୀକୁ ପାଳନ କରିବା ସହିତ ଗଞ୍ଜାମ ଜିଲ୍ଲାର ସମସ୍ତ ଶାଖାକୁ ପୁନର୍ଗଠନ କରାଇ ଗୋସେବା, ଜୀର୍ଣ୍ଣ ମନ୍ଦିର ସୁରକ୍ଷା ଓ ପୁନୋରୋଦ୍ଧାର , ଅଶ୍ଳିଳତା ଓ କୁସଂସ୍କାର ବିରୋଧରେ ଲଢେ଼ଇ ତଥା ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରାଇବା ଆଦି ବିଷୟକୁ କାର୍ଯ୍ୟକାରି କରିବା ପାଇଁ ଏକ ସମିତି ଗଠନ କରାଯାଇ ସମସ୍ତଙ୍କ ସହଯୋଗ କାମନା କରାଯିବା ସହ ଏ ନେଇ ଆଗାମୀ ଦିନ ନିମନ୍ତେ ଏକ କାର୍ଯ୍ଯ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

Post a Comment

Previous Post Next Post