କଳାଞ୍ଜଳି ଉତ୍ସଵ ୨୦୨୫, ମନ୍ ମୋହିଲା

   


           

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଶିକ୍ଷା ଓ ସାମାଜିକ ଅନୁଷ୍ଠାନ କଳାଞ୍ଜଳୀ ଆର୍ଟିଷ୍ଟ୍ରି ଟ୍ରଷ୍ଟ ତରଫରୁ ଗଞ୍ଜାମ କଳାପରିଷଦ ପରିସରରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି କଳାଞ୍ଜଳି ଉତ୍ସଵ ୨୦୨୫। ଏହି ଅନୁଷ୍ଠାନର ସମ୍ପାଦିକା ରାମେଶ୍ୱରୀ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନୁଷ୍ଠାନର ସପ୍ତମ ବାର୍ଷିକ ଉତ୍ସବ ଅବସରରେ ଉଦଘାଟନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର , ସମ୍ମାନିତ ଅତିଥି ଭାବରେ ଚିକିଟି ବିଧାୟକ  ମନୋରଞ୍ଜନ ଦ୍ୟାନସାମନ୍ତରା ଯୁବ ସମାଜସେବୀ ଚନ୍ଦ୍ରଶେଖର ଗୌଡ଼ , ସମାଜସେବା ସୁଶାନ୍ତ କୁମାର ସାବତ , ଶିଳ୍ପପତି ପ୍ରଭାକର ପାଢ଼ୀ ବ୍ରହ୍ମପୁର ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ଅନୁଷ୍ଠାନର ଉପସଭାପତି ତାରିଣୀ ଚରଣ ପଣ୍ଡା ଅନୁଷ୍ଠାନର ଉପଦେଷ୍ଟା ଡ଼ଃ. ସନ୍ୟାସୀ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।ଏହି ଅନୁଷ୍ଠାନ ସାରା ରାଜ୍ୟରେ କଳାଞ୍ଜଳୀ ସୃଜନଶୀଳତା ତାର ଅନନ୍ୟ ବାର୍ତାବହ ବୋଲି ଅତିଥି ମାନେ ମତ ଦେଇଥିଲେ। ପୁରସ୍କାର ବିତରଣ ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ରହ୍ମପୁର ସାଂସଦ  ଚନ୍ଦ୍ର ଶେଖର ସାହୁ , ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,  କର୍ପୋରେଟର ସୋନାଲି ଗନ୍ତାୟତ ,ଦୁର୍ଗାଚରଣ ପଣ୍ଡା ଗୀତାରାଣୀ  ପଣ୍ଡା , ଶ୍ୱେତପ୍ରଜ୍ଞା ପଟ୍ଟନାୟକ , ସୂର୍ଯ୍ୟକାନ୍ତ ସୁବୁଦ୍ଧି ଡା. ରାମନାରାୟଣ ସାହୁ , ଅଭୟେନ୍ଦୁ ଶେଖର ପଟ୍ଟନାୟକ ସମୀର ମିଶ୍ର , ରାଜା ସେନାପତି, ରାଜକୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶାର ସୁନାମଧନ୍ୟ ନୃତ୍ୟଶିଳ୍ପୀ ଗୁରୁ ଦୁଲାରୀ ମାଝୀ ବିଚାରକ ଦାଇତ୍ଵ ସମ୍ପାଦନ କରିଥିବା ବେଳେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟ ଓ

ପ୍ରତିମା ନାୟକ ତଥା କଳାଞ୍ଜଳୀ ର ସମସ୍ତ ଶିକ୍ଷକ ଓ ଅବିଭାବକ ।  କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶିବାନନ୍ଦ ବାରିକ । ଅର୍ଧେନ୍ଦୁ ଶେଖର ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post