ଯୁଦ୍ଧ ଖୋରି ଇସ୍ରାଏଲ ଓ ଆମେରିକା ବିରୁଦ୍ଧରେ ବିଶ୍ୱ ବାସୀ ଏକ ହୁଅ : ସିପିଏମ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଇସ୍ରାଇଲର ଗାଜାରେ ଗଣହତ୍ୟା, ସିରିଆ ଉପରେ ଆକ୍ରମଣ ଓ ଇରାନକୁ ଧ୍ୱଂସ କରିବା ପାଇଁ ଯୋଜନା ଆରମ୍ଭ କରି ମଧ୍ୟ ପ୍ରାଚ୍ୟ ସହ ସମଗ୍ର ବିଶ୍ୱରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।ଆରବ ଦେଶର ତୈଳ ସମ୍ପଦ ଲୋଭରେ ଆମେରିକା ଅନୈତିକ ଭାବେ ଇସ୍ରାଇଲକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଛି।ଏପରିକି ଇରାନସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ନକଲେ ଦେଶର ସର୍ବୋଚ୍ଚ ନେତାକୁ ହତ୍ୟା କରିବା ପାଇଁ ଖୋଲା ଖୋଲି ଘୋଷଣା କରିଛି।ଯାହା ଫଳରେ ପୁଣି ଏକ ବିଶ୍ୱ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି।ତେଣୁ ଅତିଶୀଘ୍ର ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ କରିବା ସହିତ ଇରାନକୁ ଆକ୍ରମଣ ଯୋଜନାରୁ କ୍ଷାନ୍ତରହିବା ପାଇଁ ସାରା ବିଶ୍ୱର ଶାନ୍ତି କାମୀ ଜନତା ଏକ ହେବା ପାଇଁ ସିପିଏମ ପକ୍ଷରୁ ଆହ୍ୱାନ କରାଯାଇଛି।

ସେହିଭଳି ଭାରତର ମୋଦି ସରକାର ଦେଶର ପୂର୍ବପ୍ରତିଷ୍ଠିତ ବୈଦେଶିକ ନୀତିକୁ ପ୍ରତ୍ୟାହାର କରି ଆମେରିକା ନିର୍ଦେଶରେ  ବନ୍ଧୁରାଷ୍ଟ୍ର ପାଲେଷ୍ଟାଇନ ପରିବର୍ତ୍ତେ ଯୁଦ୍ଧଖୋରୀ ଇସ୍ରାଇଲ ସପକ୍ଷରେ ଠିଆ ହୋଇଛି।ଏହା ଅତ୍ୟନ୍ତ ନିନ୍ଦନୀୟ ।ଏହାକୁ ଅତିଶୀଘ୍ର ପରିବର୍ତ୍ତନ କରି ମଧ୍ୟ ପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବା ନିମନ୍ତେ ସିପିଏମ ପକ୍ଷରୁ ଦାବୀ କରାଯାଇଛି।

ଆଜି ସିପିଏମ ପକ୍ଷରୁ କମାପଲି ଛକଠାରେ ଏକ ପ୍ରତିବାଦ ସଭାରେ ପାର୍ଟିର ନେତୃ ବୃନ୍ଦ ଦାବିକରିଛନ୍ତି।

Post a Comment

Previous Post Next Post