ଆସିକା ଏନ୍.ଏ.ସି. ପାଞ୍ଚ ମାସ ପରେ ୧୦୦ ପ୍ରତିଶତ ଦିବ୍ୟାଙ୍ଗ ଙ୍କୁ ମିଳିଲା ଭତା..!

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା : ଓଡ଼ିଶାରେ ବିଜେପି ସରକାର ଙ୍କ ଏକ ବର୍ଷ ପାଳନ ଅବସରରେ  ଆଜି ଆସିକା ବିଜେପି ବିଧାୟକ ତଥା ଆଈନ ଜିବୀ ସରୋଜ କୁମାର ପାଢୀ ବିଭିନ୍ନ ଓ୍ବାର୍ଡ କୁ ଓ୍ବାର୍ଡ ବୁଲି ବୁଲି ରାସନ୍ କାର୍ଡ, ଆୟୁଷ ମାନ କାର୍ଡ, ବିଭିନ୍ନ ପ୍ରକାର ସରକାରୀ ଯୋଜନା ସାଧାରଣ ଜନତା ମାନଙ୍କୁ ବଣ୍ଟନ କରିଥିଲେ। ଏଥି ପୂର୍ବରୁ ଆସିକା ଏନ୍ ଏ.ସି ର ଭତା ବାଣ୍ଟିବା ଦାୟିତ୍ୱରେ ଥିବା କର୍ମଚାରୀ ସୁମନ୍ତ କୁମାର ସେନାପତି ୧୦୦ ପ୍ରତିଶତ ଥିବା ଦିବ୍ୟାଙ୍ଗ, ବୁଡା,ବୁଡି,ବିଧବା ମାନେ ଆବେଦନ କରୁଥିବା ଦରଖାସ୍ତ କୁ ସରକାରଙ୍କ ପାଖକୁ ନ ପଠେଈ ଚିରି ଫୋପାଡି ଦୋଉଥିବାର ଅଭିଯୋଗ ଆବେଦନ କାରି ମାନେ କରିଛନ୍ତି।ବହୁ ବର୍ଷ ହେଲା ଭତା ପାଈବାରୁ ବଞ୍ଚିତ ଥିଲେ। ଗଞ୍ଜାମ ଜିଲ୍ଲା ପାଳ ଙ୍କୁ ଅଭିଯୋଗ ପ୍ରକୋଷ୍ଠ ରେ ମିଳିଥିବା ବ୍ୟକ୍ତି ଏବଂ ୧୦୦ ପ୍ରତିଶତ ଦିବ୍ୟାଙ୍ଗ ପିଲା ବାରମ୍ବାର ଆସିକା ଏନ୍.ଏ.ସି. ଅଫିସରେ ଭତା ପାଇଁ ଆବେଦନ କରିଥିଲେ ମଧ୍ୟ ୫ ମାସ ହେଲା ୩୫୦୦ ତିନି ହଜାର ପାଞ୍ଚଶହ ଟଙ୍କା ପାଈବାରୁ ବଞ୍ଚିତ ଥିଲେ। ବହୁତ ଥର ଖବର କାଗଜରେ ଖବର ଉପସ୍ଥାପନ ହୋଈଛି। କାଉନସିଲର, ଚେୟାରମେନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ସମସ୍ତ ଙ୍କୁ ଅଭିଯୋଗ କାରୀ ମାନେ ଗୁହାରି କରିଥିଲେ ମଧ୍ୟ କିଏ ବି ସାହାଯ୍ୟ କରିନଥିଲେ। ଶେଷରେ ଗଞ୍ଜାମ ଗ୍ରସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ଜଣେ ଦିବ୍ୟାଙ୍ଗ ଛାତ୍ର। ଆସିକା ଏନ୍.ଏ.ସି. ଅଫିସ କୁ ସିଓ ଦାୟିତ୍ବରେ  ମାନସି ସାହୁ ଆସିବା ପରେ ତାଙ୍କୁ କହିବାରୁ ବହୁତ ଦିନ ହେଲା ଭତା ରୁ ବଞ୍ଚିତ ଥିବା ଦିବ୍ୟାଙ୍ଗ ନାଁ ପଠେଈଥିଲେ। ପାଞ୍ଚ ମାସ ପରେ ୧୦୦ ପ୍ରତିଶତ ଦିବ୍ୟାଙ୍ଗ ମାନଙ୍କୁ ୩୫୦୦ ଟଙ୍କା ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଭତା ଦେଈଥିଲେ। ଆଜିର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଆସିକା ଏନ୍.ଏ.ସି. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ଚେୟାରମେନ ବିନେତା ସ୍ଵାଇଁ,ସିଓ ମାନସି ସାହୁ, ବିଜେପି କାଉନସିଲର ସରୋଜ ଭଞ୍ଜ,ରାଘବ ସିୟ, ଏବଂ ଆସିକା ଏନ୍.ଏ.ସି.ଅଫିସର ସମସ୍ତ କର୍ମଚାରୀ କାଉନସିଲର ମାନେ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ଏଇ ପର୍ଯ୍ୟନ୍ତ ସଠିକ୍ ଲୋକଙ୍କ ପାଖରେ ପହଞି ପାରୁନି । ଉଚିତ୍ ତଦନ୍ତ କରି ଉଚିତ ଲୋକଙ୍କୁ ଦବା ପାଇଁ ଦାବି କରିଛନ୍ତି ସାଧାରଣ ଜନତା ଆସିକା ବିଧାୟକ କହିଛନ୍ତି ଯଦି କୈାଣସି ବ୍ୟକ୍ତି ସରକାରୀ ଯୋଜନା ପାଈ ନାହାଁନ୍ତି ମୋ ସହିତ ସିଧା ଯୋଗାଯୋଗ କରନ୍ତୁ।

Post a Comment

Previous Post Next Post