(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟସ୍ଥ ଚଢିଆପଲ୍ଲୀ ବୋଡ଼ା ନଦୀରେ ବେଆଇନ୍ ବାଲି ଘାଟ ଚାଲିଥିବା ନେଇ ଚଢିଆପୋଲି ଗ୍ରାମର ଜଣେ ଯୁବକ କୈଳାସ ରାଉତଙ୍କ ସମେତ ଗ୍ରାମବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ମାଇଁଙ୍ଗ ବିଭାଗ, ତହସିଲ ଓ ପୋଲିସ ପାଖରେ ଅଭିଯୋଗ କରିଥିଲେ l ଚଢିଆପଲ୍ଲୀ ଗ୍ରାମବାସୀଙ୍କ ଅଭିଯୋଗ ପରେ ଆଜି ବେଲଗୁଣ୍ଠା ପୋଲିସ୍, ବିଭାଗୀୟ ଅଧିକାରୀ ଓ ରାଜସ୍ୟ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ତନାଘନା କରିବା ସହିତ ଏହାର ରିପୋର୍ଟ ଜିଲ୍ଲାସ୍ତରକୁ ପଠାଇଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ନିକଟସ୍ଥ ଚଢିଆପଲ୍ଲୀ ବୋଡ଼ା ନଦୀରେ ବାଲି ଉଠାଇବା ପାଇଁ ଟେଣ୍ଡର୍ ହୋଇଥିଲା I ଏହାକୁ ଭଞ୍ଜନଗର ଅଞ୍ଚଳର ସୁନିଲ୍ କୁମାର ମହାନ୍ତି ନାମକ ଜଣେ ଠିକାଦାର ନିଲାମ୍ ନେଇଥିଲେ I ସେ ନିଲାମ୍ ନେବା ପରେ ବୋଡ଼ା ନଦୀ ହିଡ଼କୁ ଭାଙ୍ଗି ତାଙ୍କ ଗାଡ଼ି ଯିବା ପାଇଁ ରାସ୍ତା କରିଥିଲେ I ଯାହାଦ୍ୱାରା ଅଳ୍ପ ବର୍ଷା ହୋଇ ନଦୀରେ ପାଣି ଆସିଲେ ଘାଇ ସୃଷ୍ଟି ହୋଇ ଚାଷ ଜମିକୁ ପାଣି ମାଡିଯିବାର ସମ୍ଭାବନା ରହିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ I ଠିକାଦାର ଯେଉଁ ଜାଗାରେ ବାଲି ଉଠାଣ ପାଇଁ ନିଲାମ୍ ନେଇଥିଲେ ସେହି ସ୍ଥାନକୁ ଛାଡ଼ି ଅନ୍ୟ ଏକ ସ୍ଥାନରେ ବେଆଇନ୍ ଭାବେ ପାଖାପାଖି ୧୧ ସହ ମିଟରରୁ ଉର୍ଦ୍ଧ ସ୍ଥାନରୁ ବାଲି ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଚଢିଆପଲ୍ଲୀ ଗ୍ରାମର ଯୁବକ କୈଳାସ ବେଲଗୁଣ୍ଠା ଥାନା, ତହସିଲଦାର୍, ଉପଜିଲ୍ଲାପାଳ ଏବଂ ମାଇନିଙ୍ଗ୍ ଅଧିକାରୀଙ୍କୁ ଏନେଇ ଫଟୋ ଓ ଭିଡିଓ ସହ ଅଭିଯୋଗ କରିଥିଲେ I ତାଙ୍କ ଅଭିଯୋଗ ପ୍ରକାରେ ଏହି ବେଆଇନ୍ ବାଲି ଉଠାଣ ଦ୍ୱାରା ଗ୍ରାମ, ଗ୍ରାମର ପମ୍ପ୍ ହାଉସ୍ କୁ ବିପଦ ରହିଥିବା ବେଳେ ଗ୍ରାମର ରାସ୍ତା ଘାଟ ମଧ୍ୟ ଖରାପ ହୋଇସାରିଲାଣି I ତେଣୁ ସୁନିଲ୍ ଙ୍କୁ ଯେଉଁ ସ୍ଥାନରୁ ବାଲି ନେବା ପାଇଁ ସରକାର ଅନୁମୋଦନ କରିଛନ୍ତି ସୁନିଲ ତାଠାରୁ ଅଧିକ ସ୍ଥାନରୁ ବାଲି ଉଠାଉଥିବା ନେଇ ଅଭିଯୋଗ କରିଥିଲେ I ଏଣୁ ଆଜି ବେଲଗୁଣ୍ଠା ଜୁନିୟର୍ ମାଇନିଙ୍ଗ୍ ଅଧିକାରୀ ଆର୍.କେ ପ୍ରଧାନ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଏସ୍ଆଇ ବିଶ୍ୱରଞ୍ଜନ ନାୟକ, ବଙ୍କା ରାଜସ୍ୱ ନିରିକ୍ଷକ କାହ୍ନୁ ଚରଣ ସାହୁ ଏବଂ ପୋଲିସ୍ ବାହିନୀ ଆଜି ସକାଳ ଦଶ ଘଣ୍ଟା ସମୟରେ ଘଟଣାସ୍ଥଳକୁ ଯାଇଥିଲେ I ସେଠାରେ ଅଭିଯୋଗକାରୀ କୈଳାସ ରାଉତ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ I ବାଲି ଉଠାଣ ସ୍ଥାନ ମାପ କରାଯିବା ପରେ ଏକ ରିପୋର୍ଟ ଜିଲ୍ଲା ମାଇନିଙ୍ଗ୍ ଅଧିକାରୀ ଏବଂ ତହସିଲଦାରଙ୍କୁ ଦିଆଯିବ ଏବଂ ଠିକାଦାର ନିଜ ନିଲାମ୍ ସମ୍ପର୍କରେ ଏକ ବୈଠକରେ ଗ୍ରାମବାସୀଙ୍କୁ ସବିଶେଷ ତଥ୍ୟ ଜଣାଇବା ପରେ ବାଲି ବାହାର କରାଯିବ ବୋଲି ଜଣାପଡିଛି l ପ୍ରକାଶ ଥାଉକି ବାଲି ଉଠାଣକୁ ନେଇ ପୂର୍ବରୁ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଥିଲେ I ଠିକଦାରଙ୍କ ବାଲି ନିଲାମ୍ ସମ୍ପର୍କରେ ଗ୍ରାମବାସୀ ସନ୍ଦିହାନ ଥିବା ବେଳେ ଏହାର ସମାଧାନ କରି ବାଲି ଉଠାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି I