ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏ.ବି.ଭି.ପି କାର୍ଯ୍ୟକର୍ତ୍ତା ନିଯୁକ୍ତି, ସଭାପତି ହେଲେ ନରସିଂହ ନୀଳମାଧବ ପାତ୍ର

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର:ମୋ ନିୟୁଜ ଓଡିଶା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବିଧାନିକ ଅନୁଷ୍ଠାନ ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟରେ ଦେଶର ବୃହତ୍ ଛାତ୍ର ସଂଘଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କ୍ୟାମ୍ପସ କାର୍ଯ୍ୟକର୍ତ୍ତା କମିଟି ନିଯୁକ୍ତ କରାଗଲା। ପୂର୍ବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବର୍ତ୍ତମାନର କ୍ୟାମ୍ପସ୍ ସଭାପତି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ବିକାଶ ପାତ୍ରଙ୍କ ଉପସ୍ଥିତିରେ ସଭାପତି ରୂପେ ନରସିଂହ ନୀଳମାଧବ ପାତ୍ର, ସମ୍ପାଦକରେ ବିକ୍ରମ ସେଠୀ, ଯୁଗ୍ମ ସମ୍ପାଦକରେ ବିକାଶ ବେହେରା, କ୍ୟାମ୍ପସ ଡେଭଲପମେଣ୍ଟ ଡ୍ରାଇଭ୍ ରେ ସନ୍ତୋଷ ଭୂୟାଁ, ଷ୍ଟୁଡେଣ୍ଟସ୍ ଫର୍ ଡେଭଲପମେଣ୍ଟରେ ଅଜିତ ଜେନା, ଷ୍ଟୁଡେଣ୍ଟସ୍ ଫର୍ ସେବାରେ ଶୁଭମ୍ ପାତ୍ର, ଷ୍ଟୁଡେଣ୍ଟସ୍ ଫର୍ ସ୍ପୋର୍ଟସରେ ଶୁଭ୍ରାଂଶୁ ଲେଙ୍କା, ଷ୍ଟୁଡେଣ୍ଟସ୍ ଫର୍ ମେମ୍ବରସିପ ଡ୍ରାଇଭ୍ ରେ ଦେବାଶିଷ ଦାସ ଅଧିକାରୀ ଓ ରାଷ୍ଟ୍ରୀୟ କଳା ମଞ୍ଚରେ ଦୁର୍ଗା ପ୍ରସାଦ ଦୋରା। ଉକ୍ତ ମହାବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଲୋକଲୋଚନକୁ ଆଣି ତା'ର ବିକାଶ ଓ ସମାଧାନରେ ଏକ ଅଂଶ ହେବା ସହିତ ଛାତ୍ରଛାତ୍ରୀ ମାନଙ୍କର ନିହାତି ଆବଶ୍ୟକତା ଗୁଡ଼ିକୁ ସର୍ବୋ ପ୍ରାଧାନ୍ୟ ଦେବା ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିବା ଆଦି ଆମର ପ୍ରଚେଷ୍ଟା ରହିବ ବୋଲି ସଭାପତି ନରସିଂହ ନୀଳମାଧବ ପାତ୍ର କହିଥିଲେ।

Post a Comment

Previous Post Next Post