( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପବିତ୍ର ମା ବୁଢ଼ୀ ଠାକୁରାଣୀ ଙ୍କ ପବିତ୍ର ଯାତ୍ରା ଅବସର ରେ ବିଭିନ୍ନ ବେଶ ପଡି ପଣ୍ଡା କଲୋନୀ ସ୍ଥିତ ଶାସ୍ତ୍ରୀ ପାଠାଗାର ସଦସ୍ୟ ମାନେ ପୁରାଣ ରାମାୟଣ ବର୍ଣ୍ଣିତ ବିଭିନ୍ନ ଚରିତ୍ର ର ବେଶ ଧାରଣ କରି ସାହି ପରିକ୍ରମା କରି ଥିଲେ l ପ୍ରାରମ୍ଭ ରେ ପାଠାଗାର ର ସଭାପତି ଇଂ ଅପୂର୍ଵ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ମଳୟ ବିଷୋଇ, ଉପଦେଷ୍ଟା ଅଭିମନ୍ୟୁ ପ୍ରଧାନ, ସୁଶାନ୍ତ କୁମାର ନନ୍ଦ, ପ୍ରମୋଦ ସାହୁ, ଅନିଲ ପାଣିଗ୍ରାହୀ, କମଳ ପ୍ରଧାନ, ରଂଜିତ ପାଣିଗ୍ରାହୀ, ପ୍ରମ୍ମୁଖ ଉପସ୍ଥିତ ରହି, ପୂଜା ଅର୍ଚ୍ଚନା ପାରେ ସାହି ପରିକ୍ରମା ର ଶୁଭାରମ୍ଭ କରିଥିଲେ l ପରିଶେଷରେ ମା ବୁଢ଼ୀ ଠାକୁରାଣୀ ଙ୍କ ଅସ୍ଥାୟୀ ମନ୍ଦିର କୁ ଯାଇ, ଶ୍ରଦ୍ଧାଳୁ ମାନେ ଆଶୀର୍ବାଦ ଲାଭ କରିଥିଲେ l
Tags:
ଆଞ୍ଚଳିକ.