(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଟ୍ରେନରେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ଅବକାରୀ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ବ୍ରହ୍ମପୁର ରେଳଷ୍ଟେସନ ନିକଟ ନେହୁରୁପାର୍କ ନିକଟରେ ଆଜି ସକାଳୁ ଅବକାରୀ ଭ୍ରାମ୍ୟମାଣ ୟୁନିଟ ଚଢଉ କରିଥିଲା ଚାଲାଣକାରୀ ଅଭିଯୁକ୍ତ ମାନଙ୍କ ନିକଟରୁ ୧୦୧ କେଜି ଗଞ୍ଜେଇ ଜବତ ହୋଇଛି । ଗିରଫ ଯୁବକମାନେ ହଲେ ଗଜପତି ଜିଲା ମୋହନା ଥାନା ମୁଡୁମୁଡିଆ ଗ୍ରାମର ରାମଚନ୍ଦ୍ର ଗୌଡ(୨୮), କିଡୁସିଂ ଗ୍ରାମର ଶ୍ରୀକାନ୍ତ ଗୌଡ(୨୪) ଓ ଗଞ୍ଜାମ ଜିଲା କେ ନୂଆଗାଁ ନିକଟ ଡାଉଣୀ ଗ୍ରାମର କକୁଳ ନାୟକ(୨୪) । ସେମାନଙ୍କ ଠାରୁ ୬ଟି ପ୍ୟାକେଟରେ ସିଲ ହୋଇ ରଖାଯାଇଥିବା ୧୦୧ କେଜି ଗଞ୍ଜେଇ, ୨ଟି ବାଇକ, ୩ଟି ମୋବାଇଲକୁ ଅବକାରୀ ବିଭାଗ ଜବତ କରିଛି । ଜବତ ଗଞ୍ଜେଇ ଓ ସାମଗ୍ରୀର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ବ୍ରହ୍ମପୁର ରେଳଷ୍ଟେସନ ଦେଇ ଟ୍ରେନରେ କିଛି ଯୁବକ ଗଞ୍ଜେଇ ଚାଲାଣ ପାଇଁ ଯାଉଥିବା ଅବକାରୀ ବିଭାଗକୁ ଖବର ମିଳିବା ପରେ ବିଭାଗର ଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦେଶରେ ଅଧୀକ୍ଷକ କୁମୁଦ ରଞ୍ଜନ କଅଁର, ଇନ୍ସପେକ୍ଟର ମନିଷା ଭୋଳ ଓ ବି ମନୋଜ କୁମାର ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ଆଜି ସକାଳୁ ଉପରୋକ୍ତ ୩ ଜଣ ଯୁବକ ୨ ଟି ବାଇକରେ ଏକାଧିକ ବ୍ୟାଗ ଧରି ନେହୁରୁପାର୍କ ଦେଇ ରେଳଷ୍ଟେସନ ଆଡେ ଯାଉଥିବା ବେଳେ ଅବକାରୀ ବିଭାଗ ଟିମ ସେମାନଙ୍କୁ ସନ୍ଦେହରେ ଅଟକାଇ ବ୍ୟାଗ ଯାଞ୍ଚ କରିଥିଲେ । ବ୍ୟାଗ ଭିତରୁ ୬ଟି ଗଞ୍ଜେଇ ପ୍ୟାକେଟ


