କୁଷସ୍ଥଳି ପଞ୍ଚାୟତର ବଡ଼ ଗୁମୁଳା ଗ୍ରାମରେ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନ ସଚେତନତା ବୈଠକ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ସପକ୍ଷରେ ଜନମତ ସଂଗଠିତ କରିବା ଉଦ୍ଧେଶ୍ଵରେ ଏକ ବୈଠକ କୁଷସ୍ଥଳି ସ୍ଥିତ ବଡ଼ ଗୁମୁଳା ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଶ୍ୟାମା କାଳୀ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ୨୦୦୮ ଗେଜେଟ୍ ବିଜ୍ଞପ୍ତି ପତ୍ରରେ ଯେଉଁ ୧୮ ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଉଲ୍ଲେଖ ଅଛି ସେଥିମଧ୍ୟରୁ କୁଷସ୍ଥକି ଅନ୍ୟତମ। ସେ ପରିପ୍ରେକ୍ଷୀରେ ଉକ୍ତ ଗ୍ରାମରେ ପଞ୍ଚାୟତ ସ୍ତରୀୟ ଏକ ଗ୍ରାମସଭା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗ୍ରାମ୍ୟ ଜଳ ପରିଚାଳନା କମିଟି, ମନ୍ଦିର କମିଟି ଓ ଗ୍ରାମର  ବିଶିଷ୍ଟ ଏଵଂ ଅଗ୍ରଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନ ପ୍ରତିନିଧିଙ୍କ ପ୍ରତିନିଧି ପ୍ରମୁଖ ବହୁ  ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ। ଉକ୍ତ ବୈଠକକୁ କମିଟି ସଦସ୍ୟ ଥିବା ଉକ୍ତ ଗ୍ରାମର ଲକ୍ଷ୍ମୀ କାନ୍ତ ଜେନା ଓ ତାଙ୍କ ଟିମ୍ ଆୟୋଜନ ଓ ପରିଚାଳନା କରିଥିଲେ। କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କମିଟିର କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରି ସଦସ୍ୟ ମାନେ ଯୋଗ ଦେଇଥିଲେ। କମିଟି ସଭାପତି ସହର ତଳି ୧୮ ଟି ପଞ୍ଚାୟତକୁ ମିଶେଇବା ନେଇ କମିଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଯିବା ସହ ସାମିଲ ହେବାର ଆବଶ୍ୟକତା  ଓ ଏହା ଦ୍ଵାରା ହେବାକୁ ଥିବା ପରିବର୍ତ୍ତନ ଓ ଲାଭ ବିସୟରେ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏ ନେଇ ରହିଥିବା ସଂଶୟ ଓ କିଛି ଭ୍ରାନ୍ତ ଧାରଣାକୁ ବୈଠକରେ ଦୂର କରାଯାଇଥିଲା । ଗ୍ରାମବାସୀଙ୍କ ମିଶ୍ରଣ ସମ୍ବନ୍ଧରେ ପଚରା ଯାଇଥିବା ଅନେକ ଜିଜ୍ଞାସା ମୁଳକ ପ୍ରଶ୍ନର ଊତ୍ତର କମିଟି ତରଫରୁ  ତରଫରୁ ବୈଠକରେ ରଖାଯାଇ ଲୋକଙ୍କ ଦ୍ଵନ୍ଦ ଦୂର କରାଯାଇଥିଲା। ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେଲେ କଣ ସୁବିଧା ସୁଯୋଗ ମିଳିବ ଏଵଂ  ତତ୍ ସହିତ ବ୍ରହ୍ମପୁର କିଭଳି ଏକ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ସମ୍ପୂର୍ଣ ମହାନଗର ନିଗମରେ ପରିଣତ ହେଇ ଏକ ବିକଶିତ ସ୍ମାର୍ଟ ସହରରେ ରୂପାନ୍ତରିତ ହୋଇ ପାରିବ ସେ ଦିଗରେ କମିଟି କାର୍ଯ୍ୟ କରୁଥିବା କମିଟି ତରଫରୁ ଗ୍ରାମବାସୀଙ୍କ ସମ୍ମୁଖରେ ବିଭିନ୍ନ ତଥ୍ୟ ରଖି ପ୍ରକାଶ କରାଯାଇଥିଲା। ସଂଶୟ ଓ ରହିଥିବା ଭ୍ରାନ୍ତ ଧାରଣା ଦୂର ହେବା ପରେ ପରିଶେଷରେ ମିଶ୍ରଣ ନେଇ ଗ୍ରାମ ଓ ପଞ୍ଚାୟତ ତରଫରୁ ସଂକଳ୍ପ ପତ୍ର ପାସ କରି ଦେବା ନିମନ୍ତେ ଉପସ୍ଥିତ ଗ୍ରାମବାସୀ ଓ ଜନ ପ୍ରତିନିଧି ମାନଙ୍କ ଦ୍ଵାରା ସହମତି ପ୍ରକାଶ ପାଇଥିଲା। ଖୁବ୍ ଶୀଘ୍ର ଏହା ପାରିତ କରି କମିଟିକୁ ହସ୍ତାନ୍ତରିତ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ।ମିଶ୍ରଣ ସପକ୍ଷରେ ପଞ୍ଚାୟତ ସଂକଳ୍ପ ପତ୍ର ହାସଲ  ନେଇ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ପଞ୍ଚାୟତ ଅଭିଯାନ କାର୍ଯ୍ୟକ୍ରମରେ ଏହା ପୂର୍ବରୁ ଜଗଦଳପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ୟରେ ଜଗଦଳପୁର ପଞ୍ଚାୟତ ମିଶ୍ରଣ ନେଇ ନିଜର ସହମତି ପତ୍ର ପାସ୍ କରି ସାରିଛି । ତାହାକୁ ଖୁବ୍ ଶୀଘ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରାଯାଇ ପ୍ରଦାନ କରାଯିବ। ଆଗାମୀ ଦିନରେ ସବୁ ୧୮ ଟି ଯାକ ପଞ୍ଚାୟତରେ ଏହିଭଳି ଜନ ସଚେତନତା ସଭାର ଆୟୋଜନ କରାଯାଇ ମିଶ୍ରଣ ସପକ୍ଷରେ ଜନମତ ସୃଷ୍ଟି କରାଯିବ ବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି। ଆଜିର ବୈଠକର  ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ଯରେ ଲକ୍ଷ୍ମୀ କାନ୍ତ ଜେନା, ବିଶ୍ଵନାଥ ବେହେରା, ଗୀରିଶ ଚନ୍ଦ୍ର ପାଢି ପ୍ରେମାନନ୍ଦ ବେହେରା କାଳୁ ଚରଣ ପାତ୍ର , ହାଡୁ ସେଠୀ, ସମିତି ସଭ୍ୟ ପ୍ରତିନିଧି ଟୁନା ସେଠୀ, ସୁରେନ୍ଦ୍ର ରାଉତ, ନୀଳାଞ୍ଚଳ ଜେନା, ଜିତୁ ନାହାକ , ମନୋଜ କୁମାର ନାହାକ, ବ୍ରଜବନ୍ଧୁ ବିଷୋୟୀ, ସୁଦର୍ଶନ ବେହେରା , ନିରଞ୍ଜନ ନାହାକ ପ୍ରମୁଖ ଥିଲା ବେଳେ କମିଟି ପକ୍ଷରୁ ରାଜେନ୍ଦ୍ର କୁମାର ଜେନା, ଟି ସୁଦେଶ ପାତ୍ର, ବି ଭି ସାଗର, ଏମ୍ ଲାବଣ୍ୟ ପାତ୍ର, ଅଜିତ୍ ପଟ୍ଟନାୟକ, ଦିଗାମ୍ବର ସାମନ୍ତରାୟ, ଦେବୀ ପ୍ରସାଦ ଦାସ, ସନ୍ତୋଷ ସାହୁ, ଆଦିତ୍ୟ ନାରାୟଣ ରଥ, ଦିବାକର ବେହେରା, କାହ୍ନୁ ଚରଣ ପତି, ଶ୍ରୀକାନ୍ତ ପଢ଼ିହାରୀ, ସି ଏଚ୍ ରାମକୃଷ୍ଣ ଦାସ ଓ ପ୍ରଶାନ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ । ପରିଶେଷରେ କମିଟି ଯୁଗ୍ମ ସଂପାଦକ ଟି ସୁଦେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post