ସାମ୍ବାଦିକ ଅନନ୍ତ ଆପଟଙ୍କ ମାତୃ ବିୟୋଗ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ ) (ନନ୍ଦ ବାବୁ )

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନିୟ ଗାନ୍ଧୀ ନଗର ୧୦ମ ଗଳି ନିବାସୀ ସାମ୍ବାଦିକ ଅନନ୍ତ ଆପଟଙ୍କ ମାତା ଶ୍ରୀମତୀ ସୁକୁମାରୀ ଆପଟଙ୍କ ଶନିବାର ମଧ୍ୟରାତ୍ର ସମୟରେ ଇହଲିଳା ସମ୍ବରଣ ହୋଇଛି। ଗାନ୍ଧୀ ନଗର ସ୍ଥିତ ନିଜସ୍ଵ ବାସ ଭବନ ଠାରେ ତାଙ୍କ ବିୟୋଗ ହୋଇଥିବା ବେଳେ, ବିୟୋଗ ସମୟରେ ତାଙ୍କୁ ୮୫ ବର୍ଷ ବୟସରେ ରବିବାର ସକାଳେ ତାଙ୍କ ମର ଶରୀରକୁ ଦାହ ସଂସ୍କାର କରାଯାଇଛି । ଏହି ସମୟରେ ପୁଅ ଅନନ୍ତ, ବୋହୁ କୁନି କୁମାରୀ, ବଡ଼ ଝୀଅ ଦ୍ରୌପଦୀ, ଚନ୍ଦ୍ରମା, ପ୍ରମିଳା, ସାବିତ୍ରୀଙ୍କ ସମେତ ନାତି ନାତୁଣୀ କେଦାର, ଅନିତା, ମୁନା, ମୁନି ଓ ବ୍ରହ୍ମପୁର ସହରର ବହୁ ସାମ୍ବାଦିକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ମଶାନରେ ମର୍ଯ୍ୟାଦାର ସହ ସତ୍କାର କରିଥିଲେ । ତେବେ ସ୍ବର୍ଗତ ଶ୍ରୀମତୀ ସୁକୁମାରୀ ଜଣେ ମେଳାପି, ଉଚ୍ଚକୋଟୀର ସ୍ୱଚ୍ଛ ଚିନ୍ତାଧାରା ବ୍ୟକ୍ତିତ୍ଵ ସହ ଜଣେ ଭକ୍ତିପୂର୍ଣ୍ଣ ମହିଳା ଥିଲେ ବୋଲି ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ବି.କେ. ବିଶାରଦ, ନରସିଂହ ଡାକୁଆ, ପ୍ରେସ କ୍ଳବ୍ ବ୍ରହ୍ମପୁର ଉପ ସଭାପତି ଅଭୟ ପାଢ଼ୀ, ଯୁଗ୍ମ ସମ୍ପାଦକ ଗୋପାଳ ରେଡ୍ଡୀ, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା, ସିମାଞ୍ଚଳ ସାହୁ, ସୁଦର୍ଶନ ପରିଡା, ପ୍ରମୋଦ କୁମାର ପାତ୍ରଙ୍କ ସମେତ ବହୁ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post