ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ୟୁନିଟ୍ ତରଫରୁ " ବାଲ୍ୟ ବିବାହ ନିଷେଧର କାଯ୍ୟକ୍ରମ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ୟୁନିଟ୍ ତରଫରୁ " ବାଲ୍ୟ ବିବାହ ନିଷେଧ " ର ଏକ କାର୍ଯ୍ୟକ୍ରମ , ପାର୍ଶ୍ଵବର୍ତ୍ତୀ ଗାଁ ସୋମପୁରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ  ଅରୁଣ କୁମାର ଖାଡ଼ଙ୍ଗାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି । ଏଥିରେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟା ତଥା ଯୁବ ରେଡ୍ କ୍ରସ୍ ର  କାଉନ୍ସିଲର୍ ଡ. ସୁଜାତା ମହାପାତ୍ର, ଅଧ୍ୟାପିକା  ସୁପ୍ରିୟା ଦେବୀ , ଅର୍ଚ୍ଚନା ସାହୁ, ରଶ୍ମି ରେଖା ସ୍ୱାଇଁ , ସୁଷମା ପାତ୍ର ଓ ଏସ୍. ଶୁସ୍ମିତା ଏବଂ ଅନେକ ଯୁବ ରେଡ୍ କ୍ରସ୍ ର ସ୍ଵେଚ୍ଛାସେବୀ ଛାତ୍ର ଓ ଛାତ୍ରୀ ଯୋଗଦାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡ୍ କ୍ରସ୍ ର ସ୍ଵେଚ୍ଛାସେବୀ ଛାତ୍ର ଓ ଛାତ୍ରୀ ଘର ଘର ବୁଲି "ବାଲ୍ୟ ବିବାହ ନିଷେଧ" ର ସଚେତନତା ବାର୍ତ୍ତା ଦେଇଥିଲେ । ଏତତ୍ ବ୍ୟତୀତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ "ବାଲ୍ୟ ବିବାହ " ର ପରିଣାମ ସମ୍ପର୍କରେ ଅବଗତ କରାଯାଇଥିଲା ।

Post a Comment

Previous Post Next Post