କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା
କନ୍ଧମାଳ:୧୨/୦୩ /୨୦୨୫
ଅଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡିଶା ରେ କାର୍ଯ୍ୟକାରୀ ହେଉଛି ମୂଖ୍ୟମନ୍ତ୍ରୀ ଜନଜାତୀ ଜିବିକା ମିଶନ । କନ୍ଧମାଳ ଜିଲ୍ଲା ରେ ସମନ୍ୱିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ଫୁଲବାଣୀ ତରଫରୁ ୦୩ ଗୋଟି ବ୍ଲକ ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରିପଡା ର ବିଭିନ୍ନ ଅଂଚଳ ରେ ଏହି ଯୋଜନା ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା ଫୁଲବାଣୀ ଓ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ସହାୟତା ରେ ପରିଚାଳିତ ହେଉଛି । ଆ.ଈ.ଟି.ଡି.ଏ. ର ପ୍ରକଳ୍ପ ନିର୍ଦେଶିକା ଦେବଜାନୀ ଭୂୟାଁ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳକ ପି. ମୂରଲିଧର ଯୋଜନା କୁ ଗ୍ରାମ୍ୟସ୍ତରରେ ପହଂଚାଇବାକୁ ଚେଷ୍ଟିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଦିବାସୀ ପରିବାର ଗୁଡିକର ଆର୍ଥୀକ ସ୍ୱଛଳତା କୁ ଆଖିଆଗରେ ରଖି କୁକୁଡା ଚାଷ କୁ ପ୍ରଧାନ୍ୟ ଦିଆଯାଇଛି । ଫିରିଙ୍ଗିଆ ବ୍ଲକ୍ ସଭାଗୃହ ଠାରେ ପ୍ରଦାନ ଅନୁଷ୍ଠାନ ଙ୍କ ବୈଷୈକ ସହାୟତାରେ ବାଡିଅଗଣା ସୋନାଲି କୁକୁଡା ଚାଷ ନିମନ୍ତେ ଏକ ଦିନିକିଆ ତାଲିମ୍ ଫିରିଙ୍ଗିଆ ବ୍ଲକ୍ ର ୯୦ ଜଣ ଚାଷି ଙ୍କୁ ନେଇ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ବଳ ବ୍ୟକ୍ତି ଭାବରେ ଗଜେନ୍ଦ୍ର ପୋଥାଳ, ଗୋଚ୍ଛାପଡା ପଷୁ ନିରିକ୍ଷକ ଡାକ୍ତର ସାତ୍ୱିକ ପାଣିଗ୍ରାହି, ସ୍ୱାତୀ ଅନୁଷ୍ଠାନ ର ବରିଷ୍ଠ କର୍ମୀ ବିଶ୍ୱରଞନ କର ଓ ଓଡିଶା ଜିବିକା ମିଶନ୍ ର ଭାରପ୍ରାପ୍ତ ବ୍ଲକ୍ କାର୍ଯ୍ୟକ୍ରମ ପରିଚାଳକ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇ ସୋନାଲି କୁକୁଡା ଚାଷ କିପରି ଦେଶି କୁକୁଡା ଚାଷ ଠାରୁ ଲାଭଦାୟକ ତାହା ଆଲୋଚନା କରିଥିଲେ । ତତ୍ସହିତ ଏହା କିପରି ଜଣେ ଶାରିରିକ ପରିଶ୍ରମ କରିପାରୁନଥିବା ବ୍ୟକ୍ତି ଙ୍କୁ ରୋଜଗାର ଦେଇପାରିବ ତାହା ମଧ୍ୟ ଆଲୋଚନା ହୋଇଥିଲା । ଏହି ସୋନାଲି କୁକୁଡା ତିନି ମାଶ ମଧ୍ୟରେ ଦେଢ ରୁ ଦୁଇ କିଗ୍ରା ଓଜନ ହେଉଥିବା ବେଳେ ଥରକରେ ୨୦୦ ରୁ ୨୫୦ ଗୋଟି ଅଣ୍ଡା ଦେଇଥାଏ ଯାହା ଗୋଟିଏ ପରିବାରକୁ ଆର୍ଥିକ ସ୍ୱଚ୍ଛଳ କରିବାରେ ସହାୟକ ହୋଇପାରିବ ବୋଲି ସମନ୍ୱିତ ଆଦିବାଶୀ ଉନ୍ନୟନ ସଂସ୍ଥାର ଗୁପ୍ତ ଖିଲ ପ୍ରକାଶ କରିଥିଲେ । ଆଶନ୍ତା କାଲିଠାରୁ ଚାଷିମାନଙ୍କୁ ଏହା ବଂଟନ କରାଯିବ ବୋଲି ବ୍ଲକ୍ ସ୍ତରୀୟ ଜିବିକା ବିଶେଷଜ୍ଞ ଉମାକାନ୍ତ ସାହୁ ଘୋଷଣା କରିଥିଲେ । ଚାଷି ମାନଙ୍କୁ କୁକୁଡା ଗ୍ରହଣ କରିବା ଠାରୁ ବଡ କରିବା ପର୍ଯ୍ୟନ୍ତ କିପରି ଯତ୍ନ ନେବେ ଏବଂ ରୋଗ ନିୟନ୍ତ୍ରଣ ପାଇଁ କିପରି ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବେ ତାହା ମଧ୍ୟ ସୂଚନା ଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ସଲାଗୁଡା, ପାଲାବୃଡି, ପକାରି, ସୁମରବନ୍ଧ ଓ ଭୃଙ୍ଗିଯୋଡି ଗ୍ରମପଂଚାୟତ ରୁ ୬୦ରୁ ଅଧିକ ପୁରୁଷ ଓ ମହିଳା ଚାଷି ଯୋଗ ଦେଇଥିବା ବେଳେ ସାନ୍ତିମୈତ୍ରି ଓ ହର୍ଷଟ୍ରଷ୍ଟ ର ଅଧିକାରି ମାନେ ଯୋଗଦେଇଥିଲେ ।