ଜୈବିକ କୃଷି ନିମନ୍ତେ ମହିଳା ସ୍ୱୟଂସହାୟକ ଦଳ ରାଜ୍ୟ ସ୍ତରରେ ସମ୍ମାନିତ।

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା 

କନ୍ଧମାଳ :୧୨/୦୩/୨୦୨5

 ସମାଜରେ ଧିରେ ଧିରେ ଦେଶିଧାନ ଚାଷ ଲୋପ ପାଉଥିବା ବେଳେ ସମନ୍ୱିତ କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କନ୍ଧମାଳ ଜିଲ୍ଲା କୃଷି ବିଭାଗ  ଏହାକୁ ପୁର୍ନଉଧାର କରିବା ନିମନ୍ତେ ମହିଳା ସ୍ୱୟଂ ସହାୟକ ଦଳ ମାଧ୍ୟମରେ ଜୈବିକ ପଦ୍ଧତି ରେ ପ୍ରଚେଷ୍ଟା କରାଯାଉଛି  । ଏହି ପରିପ୍ରକ୍ଷେି ରେ ରାଇକିଆ ବ୍ଲକ୍ ର ସ୍ଥାନୀୟ ସୁଗଡ ବାଡି ପଞ୍ଚାୟତର ଲାମ୍ବାଡିକିଆ ଗ୍ରମ ମା ଲକ୍ଷ୍ମୀ ସ୍ୱୟଂସହାୟକ ଦଳ ନିଜର ପ୍ରଚେଷ୍ଟା ଓ ଅନୁଷ୍ଠାନର ସହଯୋଗରେ ୧୩ ପ୍ରକାରର ଦେଶି ଧାନ ଜୈବିକ ପଦ୍ଧତିରେ ଚାଷ କରି ରାଜ୍ୟ ସ୍ତରର ଏକ ସମ୍ବିଳନୀ ରେ ସମ୍ମାନିତ ହୋଇଛନ୍ତି  । ଏଥିରେ ଲୁପ୍ତ ପାଇଯାଇଥିବା ଧାନ ଯଥା- କରକରିଆ, ସିରେସାକା, ନିର୍ପତିଆ, ତୁଳସୀ କଂଟି, ଭାସୁମତୀ, କାସାରାଙ୍ଗା, ଲଙ୍ଗିକଂଡେଗା, ଲାଦା ନିରପତିଆ, ବୁକୁରାଙ୍ଗା, ଝଲ୍କା, ବିକୋକା, ଳିଆ ଧାନ ଓ ଗଞ୍ଜୁଟୁରେକା ଭଳି ଲୁପ୍ତ ପାଇଯାଇଥିବା ଆଦିବାସୀ ଅଞ୍ଚଳ ର ଧାନ ସଂପୃକ୍ତ ଥିଲା ।  ତତ୍ସହିତ ଜୈବିକ ପଦ୍ଧତି ରେ ବିଭିନ୍ନ ଖତ ସାର ଯଥା- ହାଣ୍ଡି ଖତ, ବିଜାମୃତ ଓ ଜୀବା ମୃତ ସ୍ତ୍ରସ୍ତୁତି ଓ ବିକ୍ରୟ କରି ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରି ପାରିଛନ୍ତି  । ଏହିଭଳି ଭିନ୍ନ ପ୍ରୟାସକୁ ସ୍ଥାନୀୟ ଅଂଚଳରେ ପ୍ରସଂସା କରିବା ସହିତ ଦଳର ସଭାପତି ଓ ସଂପାଦିକା ସରିତା ପ୍ରଧାନ ଓ ଅନିମା ପ୍ରଧାନ ଙ୍କୁ ସ୍ୱାତୀ ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ଧନ୍ୟବାଦ ଜଣାଇଛନ୍ତି  । ଏହିପରି ସାମୁହିକ ପ୍ରଚେଷ୍ଟାକୁ ଅନୁଷ୍ଠାନ ତରଫରୁ ବିଶ୍ୱରଞନ ଦଳବେହେରା ଓ ମିନାକ୍ଷୀ ଦାଶ ପରିଚାଳନା କରିଥିରେ ।

Post a Comment

Previous Post Next Post