ଗ୍ରୀଷ୍ମପ୍ରବାହ ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ

 


ରାଇ ଗୁଡା ଗ୍ରାମବାସୀଙ୍କ  ବାରମ୍ବାର ଅଭିଯୋଗ ପରେବି ଶୁଣୁନି ପ୍ରଶାନ  

କନ୍ଧମାଳ :୧୨/୦୩/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍  ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇ ଗୁଡା ଗ୍ରାମରେ ଦେଖିବାକୁ ମିଲିଛି ପାଣି ର ସମସ୍ୟା ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇ ଗୁଡା ଗ୍ରାମର ଲୋକମାନେ ପ୍ରତିଦିନ ଏହି ଗାଁ ର ଲୋକେ ପାଣି ପାଇଁ ଅନେକ  ଦୂରକୁ ୧ କିଲୋମିଟର୍ ଯିବାକୁ ପଡ଼ୁଥିବାରୁ ଆଗକୁ ଖରାଦିନ ଆସୁଛି ପାଣି ପାଇଁ ଆହୁରି ଅସୁବିଧା ଦେଖାଦେବ । ଲୋକଙ୍କ ପାଣି ସମସ୍ୟା କୁ ଦୃଷ୍ଟିରେ ରଖି ଫିରିଙ୍ଗିଆ ବ୍ଲକ୍ ର ଲୁଇସିଂ ପଞ୍ଚାୟତି ଦୁର୍ଗମ ଅଞ୍ଚଳ ରାଇ ଗୁଡା  ହେଇଥିବାରୁ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି।ରାଜ୍ୟ ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ଅନେକ ଯୋଜନା କରି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମ କୁ ? ଯାହା ଫଳରେ ଉକ୍ତ ରାଇଗୁଡ଼ା ଗ୍ରାମ ବାସିନ୍ଧା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରେ ସର୍ବ ମୋଟ ୧୦୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି।ଏସମ୍ପର୍କରେ ରାଇଗୁଡ଼ା ଗ୍ରାମ ର ଜନସାଧାରଣ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ନଥିବାରୁ ,ରାଇଗୁଡ଼ା ଗ୍ରାମ ର,ପାଦେରିପଡ଼ା,ସରୁ ପଡ଼ା,ଉପର ସାହି,ଓ ତିଡ଼ିକନା ଏହି ସାହିର ଜନସାଧାରଣ ଙ୍କ ମନରେ ତିବ୍ର ଅସନ୍ତୋଷ ଦେଖାଦେଇଛି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏହି ଗ୍ରାମରେ ନୂତନ ନଳକୂପ ଖନନ କରିବା ପାଇଁ ରାଇଗୁଡ଼ା ଗ୍ରାମର ପାଦେରି ପଡ଼ା ସାହିର କରିଷ୍ମl ଦିଗାଲ, ସାବିତ୍ରୀ ଦିଗାଲ,ପ୍ରମିଳା ଦିଗାଲ, ସରିତା ଦିଗାଲ,କୁରେଫୁଲ ଦିଗାଲ, ପଦ୍ମିନୀ ଦିଗାଲ, ସଂକ୍ରାନ୍ତି ଦିଗାଲ, ଲୁଇସିଂ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଜେନା ଦିଗାଲ,ଓ ସମାଜ ସେବୀ ରାଜିଵ ଦିଗାଲ ଦାବି କରିଛନ୍ତି।

Post a Comment

Previous Post Next Post