ଗଜପତି ରୁ "ସୁକର୍ମ ସଂମାନରେ ସଂମାନିତ ହେଲେ ଯୁବ ସମାଜ ସେବୀଆହ୍ୱାନ ନାୟକ

 


          

ଆର,ଉଦୟଗିରି-ମୋ ନ୍ୟୁଜ ଓଡିଶା (ମନୋଜ କୁମାର ପାଢୀ)-  ପ୍ରେମ ନିରଞ୍ଜନ ସେବା ଫାଉଣ୍ଡେସନ ତୋରଫରୁ ଭୁବନେଶ୍ୱର ଠାରେ "ସୁକର୍ମ ସେବା ସଂମାନ" ସମାରୋହ ଅନୁଷ୍ଠିତ କରାଯାଇଥିଲା l ଏଥିରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ପ୍ରମୁଖ ସମାଜ ସେବୀ ମାନଙ୍କୁ ଚୟନ କରାଯାଇ ସୁକର୍ମ ସେବା ସଂମାନରେ ସଂମାନିତ କରାଯାଇଥିଲା l ସେହିପରି ଗଜପତି ଜିଲ୍ଲା ରୁ  ଆହ୍ୱାନ ନାୟକ ନାମକ ଜଣେ ଯୁବ ସମାଜ ସେବୀଙ୍କୁ ସଂମାନିତ କରାଯାଇଥିଲା ଯାହାକି ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Post a Comment

Previous Post Next Post