ଆର,ଉଦୟଗିରି ମୋ ନ୍ୟୁଜ ଓଡିଶା (ମନୋଜ କୁମାର ପାଢ) ଆଜି ମୋହନା ବ୍ଲକ ଆକିଲି ଗ୍ରାମର ୱାଟର ସେଡ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା I କାନ୍ଦୁଲ, ସୂର୍ଯ୍ୟମୁଖୀ ଚାଷ ରେ ସଫଳ ହୋଇଥିବା ମହିଳା ଚାଷୀ ଙ୍କୁ ଇକ୍ରିସେଟ ତରଫରୁ ବି.ଡି.ଓ ଶ୍ରୀଯୁକ୍ତ ରାଜୀବ କୁମାର ଦାସ, ଏ.ଡି.ଓ, କୃଷିବିଭାଗ, ଓ.ଏଲ୍.ମ୍ ଅଧିକାରୀ, ଗ୍ରାମବିକାଶ ଅଧିକାରୀ ଏବଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚକ୍ରଧର ପଣ୍ଡା ମହୋଦୟ ଙ୍କ ଉପସ୍ଥିତି ରେ ମହିଳା ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା I ପରିଶେଷରେ ଏହା ସହ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ଉପରେ ବାର୍ତ୍ତା ଦିଆଯାଇଥିଲ ।
Tags:
ଆଞ୍ଚଳିକ


