ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା କବିତା ଉତ୍ସବ ଆୟୋଜିତ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ପୁରାଣ ଯୁଗରେ ସାହିତ୍ୟର ପରିପ୍ରକାଶର ମାଧ୍ୟମ ଥିଲା ତାଳପୋଥି। ପରେ ପରେ ଏହା ପୁସ୍ତକର ରୂପେ ପ୍ରକାଶିତ ହେଲା। କିନ୍ତୁ ଡ଼ିଜିଟାଲ ଯୁଗରେ ତାହା ଫେସ୍‍ବୁକ୍‍, ହ୍ୱାଟ୍‍ସପ ଏବଂ ୟୁଟ୍ୟୁବରେ ପ୍ରଚାର ପ୍ରସାର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ପରିଚାଳିତ ‘ଆମ ଖବର’ ୟୁଟ୍ୟୁବ ଚ୍ୟାନେଲ ଆଜି ଆୟୋଜିତ କରିଥିଲା କବିତା ଉତ୍ସବ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି ଡ଼ିଜିଟାଲ ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ଏ ନିଆରା ପ୍ରୟାସ ସୁଦୂର ପ୍ରସାରୀ ବୋଲି କହିଥିଲେ। ଉକ୍ତ ଉତ୍ସବରେ ୩୦ରୁ ଅଧିକ ସାରସ୍ୱତ ସ୍ରଷ୍ଟା ଯୋଗଦେଇ ନିଜର କବିତା ପାଠ କରିଥିଲେ। ଉକ୍ତ କବିତା ଗୁଡ଼ିକ ‘ଆମଖବର’ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବ। ଅନୁଷ୍ଠାନର ଉପସଭାନେତ୍ରୀ ରୀତାରାଣୀ ମହାପାତ୍ର, ପରିଚାଳନା ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ, ସହ-ସମ୍ପାଦକ ତ୍ରିନାଥ ବେହେରା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରକାଶଥାଉକି ‘ଆମ ଖବର’ ୟୁଟ୍ୟୁବ ଚ୍ୟାନେଲ କରୋନା ସମୟରେ ଆରମ୍ଭ ହୋଇଥିଲା। ସାପ୍ତାହିକ କବିତା ଆସର ଠାରୁ ଆରମ୍ଭ କରି ସାହିତ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟକ୍ରମ ପ୍ରସାରିତ କରି ଉଚ୍ଚ ପ୍ରଶଂସିତ ହୋଇଅଛି। କବିତା ଉତ୍ସବର ପ୍ରଥମ ଅଧିବେଶନର ସଫଳତା ପରେ ପୁଣି ଆଜି ଏହାର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post