କନ୍ଧମାଳ ମୋ ନିୟୁଜ ଓଡିଶା
କନ୍ଧମାଳା ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଞ୍ଚଳ ଏବଂ ଜନ ସାଧାରଣ ଙ୍କ ନିକଟରେ ସଚେତନତା ଅପହଞ୍ଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାର ଙ୍କ ତରଫରୁ ବିଭିନ୍ନ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଞ୍ଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି ଏବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ଙ୍କ ଇଦ୍ୟମ ରେ ରାଇକିଆ ଓ ଫିରିଙ୍ଗିଆ ବ୍ଲକ୍ ର ବିଭିନ୍ନ ଅପହଂଞ୍ଚ ଅଞ୍ଚଳରେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କୁ ନେଇ ବିଭିନ୍ନ ସଚେତନତା ଯଥା- ପରିବାର ନିୟୋଜନ, ଗର୍ଭବତୀ ପଞ୍ଜିକରଣ, ଗର୍ଭବତୀ ସମୟରେ ସ୍ୱାସ୍ଥ୍ୟ ପରିକ୍ଷା, ଟିକାକରଣ, ଓ ବାଲ୍ୟ ବିବାହ ସମ୍ପର୍କିତ ସଚେତନତା ସ୍ଥାନୀୟ ଲୋକନୃତ୍ୟ ଦଣ୍ଡ ବୀଣାକାର ଓ ପାଲା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୀଣାକାର କାଶ୍ୟପ ଖମାରୀ ଓ ଗାୟକ ବ୍ୟାସଦେବ ପ୍ରଧାନ ଙ୍କ ନେତୃତ୍ୱ ରେ ଏହି ଗାଁ ମାନଙ୍କରେ ଜନସାଧାରଣ ଙ୍କୁ ମହିଳା ମାନଙ୍କ ର ପ୍ରଜନନ ସ୍ୱାସ୍ଥ୍ୟ ବିଷୟ ରେ ସଚେତନ କରାଯାଇଥିଲା । ବିଭିନ୍ନ ଗୀତ, ନୃତ୍ୟ, ଉଦାହରଣ ଓ କମେଡି ମାଧ୍ୟମରେ ଉପସ୍ଥାପନା କୁ ଲୋକମାନେ ଆଗ୍ରହର ସହ ଉପଭୋଗ କରିବା ସହ ଦୈନନ୍ଦିନ ଅଭ୍ୟାଶ ରେ ଲଗାଇବେ ବୋଲି କହିଥିଲେ । ଫିରିଙ୍ଗିଆ ଓ ରାଇକିଆ ର ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର. ପ୍ରବୋଦ ପ୍ରଧାନ ଏବଂ ଡାକ୍ତର. ଶ୍ରିନିବାସ ପାତ୍ର କାର୍ଯ୍ର୍ୟକ୍ରମ ର ଉଦେ୍ଦ୍ୟଶ୍ୟ ବିଷୟ ରେ ପୂର୍ବରୁ ନୃତ୍ୟ ଦଳ ମାନଙ୍କ ସହିତ ଏକ ଆଲୋଚନା ରେ ଭାଗନେଇ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ବାର୍ତା ଗ୍ରାମାଞ୍ଚଳର ଶେଷ ଭାଗରେ ବସବାସ କରୁଥିବା ଲୋକ ପାଖରେ ପହଂଚିବା ଆବଶ୍ୟକତା ଅଛି ବୋଲି କହିଥିଲେ ଏବଂ ଏହା କିପରି ଭାବେ ଅଧିକ ପ୍ରଭାବ ପକାଇପାରିବ ତାହାଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ ।ତତ୍ସହିତ ଗ୍ରାମବାସି ମାନଙ୍କୁ ସଚେତନତା କରିବାକୁ ସ୍ଲୋଗାନ ମାଧ୍ୟମରେ ଏକ ପଦଯାତ୍ରା ମଧ୍ୟ ଗ୍ରମ ପରିକ୍ରମା କରିଥିଲା । ଅନୁଷ୍ଠାନ ର ସଂପାଦକ ଆମ ଜିଲ୍ଲା ପାଇଁ ମହିଳା ପ୍ରଜନନଜନ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ର ବହୁଳ ଆବଶ୍ୟକ ଥିବା ମତ ବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଜନି ପ୍ରଧାନ ଓ ଶିବରାମ ପ୍ରଧାନ ଙ୍କ ନେତୃତ୍ୱ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଶା ଓ ଅଙ୍ଗନଓାଡି କର୍ମୀ ମାନେ ସହଜୋଗ କରିଥିବା ବେଳେ ଅନୁଷ୍ଠାନ ତରଫରୁ ସଂଯୋଜକ ବିଶ୍ୱରଞନ କର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ କୁ ସୁଚାରୁ ପରିଚାଳନା ନିମନ୍ତେ ନିକୁନ୍ତ ପ୍ରଧାନ, ପୁଷ୍ପିତା ସାହୁ, ସ୍ନେହଲତା ପ୍ରଧାନ ଓ ନୁତନ୍ୟ ସବର ପ୍ରମୁଖ ସହଯୋଗ କରିଥିଲେ ।


