ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବି ନୂଆଗାଁ ଠାରେ ସୃଷ୍ଟି ପବ୍ଲିକ୍ ସ୍କୁଲ୍ ର ଶୁଭାରମ୍ଭ ହୋଇଛି। ଅଧୁନା ଶିକ୍ଷା ବ୍ଯବସ୍ଥାରେ ସିବିଏସଇ ଢାଞ୍ଚାରେ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ଵଳ୍ପ ଖର୍ଚ୍ଚରେ କିପରି ଉନ୍ନତ ମାନର ଶିକ୍ଷା ଛାତ୍ର ଛାତ୍ରୀ ପାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ପବ୍ଲିକ ସ୍କୁଲର ଶୁଭାରମ୍ଭ ହୋଇଥିବା କହିଛନ୍ତି କତୃପକ୍ଷ। ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ତଥା ଉଚ୍ଚ ଶିକ୍ଷା ବିଭାଗ ପୂର୍ବତନ ଯୁଗ୍ମ ଶାସନ ସଚିବ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ବର୍ଷିଆନ୍ ଶିକ୍ଷାବିତ୍ ରାମନାଥ ମାଝୀ,ବି ନୂଆଗାଁ ବରିଷ୍ଠ ପ୍ରଧାନ ଶିକ୍ଷକ ତ୍ରିନାଥ ନାହାକ , ସମାଜସେବୀ ଅରୂପାନନ୍ଦ ପଟ୍ଟନାୟକ, ପ୍ରମୋଦ କୁମାର ଜେନାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାର ବାସ୍ତବଧର୍ମୀକୁ ନେଇ ଆଲୋଚନା କରିଥିଲେ ଅତିଥି। ସୃଷ୍ଟି ପବ୍ଲିକ୍ ସ୍କୁଲ୍ର
Tags:
ଆଞ୍ଚଳିକ


