ବିଦାୟ ନେଲେ ୬୧ ଜଣ ଛାତ୍ର ଛାତ୍ରୀ

 


  ଆର,ଉଦୟଗିରି- ମୋ ନ୍ୟୁଜ ଓଡିଶା (ମନୋଜ  କୁମାର ପାଢୀ) 

ଗଜପତି ଜିଲ୍ଲାର ଆର  ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ .ଏମ . ଭାଲିଆସହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ବିଦାୟ କାଳୀନ ସଭାର ଆୟୋଜନ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ  ପ୍ରହ୍ଲାଦ ଶିଅଳ ସଭାପତିତ୍ତ୍ଵ ଆସନ ଅଳଙ୍କୃତ କରିଥିଲା ବେଳେ   ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା, ଟିକାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦାସ ଏବଂ ଶ୍ରୀଯୁକ୍ତ ସନ୍ତୋଷ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରାଇଥିଲେ। ଚଳିତ ବର୍ଷ ଉକ୍ତ ବିଦ୍ୟାଳୟରେ  ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀର ୬୧ଜଣ  ଛାତ୍ର ଛାତ୍ରୀ ଆଜି ଅଶ୍ରୁଳ ନୟନରେ ବିଦାୟ ନେଇଥିଲେ। ଯାହାକି ଦୀର୍ଘ ଦିନର ବିଦ୍ୟାଳୟ ସହିତ ଥିବା ସେମାନଙ୍କର ନିବିଡ଼ ଅନୁଭୂତିକୁ ଭାଷଣ ମାଧ୍ୟମରେ ବ୍ୟକ୍ତ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ଆମର ପଥପ୍ରଦର୍ଶକ, ମାର୍ଗଦର୍ଶକ ସେମାନଙ୍କୁ ଆମେ କେବେବି ଭୁଲି ପାରିବା ନାହିଁ। ଆଦି ବିଷୟରେ ଛାତ୍ର ଛାତ୍ରୀ ମାନେ ଭାଷଣ ପ୍ରଦାନ କରି ଶୋକାକୁଳ ପରିବେଶ ସୃଷ୍ଟି କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହିତ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ସେମାନଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ ।

Post a Comment

Previous Post Next Post