ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ନିଷ୍କ୍ରମଣ ଉତ୍ସବ



(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ଭାରତୀୟ ସଂସ୍କୃତି ଓ ଶିକ୍ଷା ପଦ୍ଧତି ଆଧାର ରେ ପରିଚାଳିତ ଲାଞ୍ଜିପଲ୍ଲୀ  ଜାତୀୟ ରାଜପଥ ପାର୍ଶ୍ଵସ୍ଥ  ଓଡ଼ିଶା ର ଏକ ମାତ୍ର ଇଂରାଜୀ ବିଦ୍ୟାଳୟ ଅକ୍ସଫୋର୍ଡ ପବ୍ଲିକ ସ୍କଲରେ  ନିଷ୍କ୍ରମଣ ଉତ୍ସବ ମହାଆଡମ୍ବର ରେ ପାଳିତ ହୋଇ ଯାଇଛି । ଆୟୋଜିତ ସଭାରେ ଅନୁଷ୍ଠାନର ନିର୍ଦେଶକ ଇଂ ଅଶୋକ କୁମାର ପାଳ ସଭାପତିତ୍ବ କରି  ମଞ୍ଚାସିନ ଅତିଥି ଙ୍କ ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରି   ଶେଷରେ ଆଶିର୍ବଚନ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରି  ସରକାରୀ ବିଜ୍ଞାନ ମହାବିଦ୍ୟାଳୟ , ଛତ୍ରପୁର ର ଅଧକ୍ଷ  

ଡଃ . ଅଜୟକୁମାର ତ୍ରିପାଠୀ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ର ମନ୍ତ୍ର ଦେଇ ସଫଳତା ପଥ ପ୍ରଦର୍ଶନ କରିଥଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ବାର କାଉନସିଲ ର ସଦସ୍ୟ ଅଧିବକ୍ତା ପୀତବାସ ପଣ୍ଡା କିଶୋର ଜୀବନ ସମସ୍ୟାରେ ଆଇନ ର ଦିଗ ଓ ତାର  ପ୍ରତିକାର ସମ୍ପର୍କେ ଆଲୋକପାତ କରି ଗୁରୁ ଶିଷ୍ୟ ପରମ୍ପରା ଓ ଗୁରୁ ଦକ୍ଷିଣା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କିଛି ଅଭିଭାବକ ଅନୁଷ୍ଠାନ ସହ ତାଙ୍କରି ବାର ବର୍ଷ ର ସମ୍ପର୍କ ର ଅନୁଭୂତି  ବଖାଣି ଅନୁଷ୍ଠାନ ର ଶିକ୍ଷା ପଦ୍ଧତି ,ସଂସ୍କାର କୁ ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ର ଛାତ୍ରୀ ମାନେ ନିଜ ନିଜର ବକ୍ତବ୍ୟ ରେ ଅନୁଷ୍ଠାନ ଦ୍ଵାରା ପାଇଥିବା ଶିକ୍ଷା ସଂସ୍କାର ସହ ତାଙ୍କରି ଅନୁଭୂତି ବିଦାୟୀ ଦୁଃଖ ର ଗଦ ଗଦ ସ୍ଵରରେ କହିଥିଲେ ।ଶେଷରେ ପି. ଭେଙ୍କଟେଶ୍ୱରଲୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତରଫରୁ ଆଶିର୍ବଚନ ପ୍ରଦାନ ପୂର୍ବକ ଧନ୍ୟବାଦ୍ ଅର୍ପଣ କରି ଥିଲେ । ମଞ୍ଚରେ ବିଶ୍ଵ ହିନ୍ଦୁ ପରିଷଦ ର ପ୍ରାନ୍ତୀୟ କାର୍ଯ୍ୟ କର୍ତ୍ତା ରମାକାନ୍ତ ରଥ ମଧ୍ୟ ମଞ୍ଚାସିନ ହୋଇଥିଲେ । ଶେଷରେ ମଙ୍ଗଳାଷ୍ଟକମ ମନ୍ତ୍ର ଉଚ୍ଚାରଣ ପୂର୍ବକ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅକ୍ଷତ ଚାଉଳ ଦେଇ ସର୍ବ ସଫଳ କାମନା କରି ଆଶୀର୍ବାଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରଶାସକ ରବିପ୍ରସାଦ ସାହୁକାର ଙ୍କ ତତ୍ତ୍ଵାବଧାନରେ ପି. ସରିତା,ରଶ୍ମିତା ବିଶ୍ଵାଳ, ସାଗରିକା ବରଡ ଙ୍କ ନେତୃତ୍ୱ ରେ ରଶ୍ମିରଞ୍ଜନ ସାହୁଙ୍କ ସହଯୋଗିତା ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।

Post a Comment

Previous Post Next Post