ଜାତୀୟ କନିଷ୍ଠ ବାଳିକା ଓଡିଶା ହ୍ୟାଣ୍ଡବଲ ଦଳରେ ବ୍ରହ୍ମପୁର ସହରର ୫ଜଣ ଖେଳାଳି


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଚଳିତ ମାସ ୨୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ହେବାକୁ ଥିବା ୪୭ତମ ଜାତୀୟ କନିଷ୍ଟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୬ ଜଣିଆ ଓଡିଶା ଦଳ ଲକ୍ଷ୍ନୌ ଯାତ୍ରା କରିଛନ୍ତି । ଏହି ଦଳରେ ବ୍ରହ୍ଣପୁର ଜ୍ଞାନ ବିକାଶ ବିଦ୍ୟାଳୟର ସଞ୍ଜନା କୁମାରି ସ୍ୱାଇଁ, ଗାନ୍ଧି ଗ୍ଲୋବାଲ କଲେଜର ସ୍ଵାଗତିକା ପାତ୍ର, ମାତୃଶ୍ରୀ ଆଙ୍ଗଲୋ ରୋଶନୀ ପିଟର, ଶ୍ରଦ୍ଧାଞ୍ଜଳି ବେହେରା ଏବଂ ସସ୍ମିତା ଦାସ ଦଳ ସହ ଯାତ୍ରା କରିଛନ୍ତି । ଗତ ଡ଼ିସେମ୍ବର ମାସରେ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଅନ୍ତ ଜିଲ୍ଲା ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଦଳ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକର କରିଥିଲେ । ଏହି ଖେଳାଳି ମାନେ ଉନ୍ମୋତ ମାନର ଖେଳ ପ୍ରଦର୍ଶନ କରିଥିବାରୁ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେଥିପାଇଁ ଓଡିଶା ଦଳରେ ଖେଳିବାର ସୁଯୋଗ ପାଇଛନ୍ତି । ପୁର୍ବରୁ ଗଞ୍ଜାମ ଦଳ ଲଗାତାର ୩ ଥର ଚାମ୍ପିୟନ ହୋଇଥିଲା । ଏହି ଖେଳାଳୀ ମାନେ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ ନେଉଛନ୍ତି। ଏହି ଖେଳାଳି ମାନଙ୍କର ସୋଫାଳତା ପାଇଁ ଜିଲା ହ୍ୟାଣ୍ଡବଲ ସଂଗଠନ ର କାର୍ଯ୍ୟକାରି ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସଂଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ଓ କୋଷାଧକ୍ଷ ଡାକ୍ତର ମନୋଜ କୁମାର ପାତ୍ରଙ୍କ ସହ ସମସ୍ତ କର୍ମକର୍ତ୍ତା ଏହି ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

Previous Post Next Post