କନ୍ଧମାଳ ମୋ ନିୟୁଜ ଓଡିଶା :୦୫/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ୍ ଅନ୍ତର୍ଗତ ଦଳପଡା ପଞ୍ଚାୟତ ବୁନ୍ଧୁଲି ଗାଁ ରେ ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଲଟା ସଫା କରିବା ସହିତ ମାଟି ପକାଇଲେ ଯୁବ ଗୋଷ୍ଠୀ । ସୂଚନା ପ୍ରକାରେ ଦଳପଡା ପଞ୍ଚାୟତ ଅନ୍ତର୍ଗତ ବୁନ୍ଦୁଲି ଗାଁକୁ ଯିବା ରାସ୍ତା ବହୁ ଦିନରୁ ହୋଇ ଥିବା ରାସ୍ତାଟି ଓ ଦୁଇପାର୍ଶ୍ୱରେ ଲଟା ବୁଦା ହୋଇ ମାଟି ପାଣି ଧୋଇ ହୋଇ ଖାଲ ଖମା ହୋଇ ଯାଇଥିବାରୁ ସଫା କରି ମାଟି ପକାଇବା ପାଇଁ ମାହାତ୍ମ୍ୟ ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କିଛି ଅନୁଦାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ଅର୍ଥ ଅନୁଦାନ ନ ମିଳିବାରୁ ଆଜି ବାଧ୍ୟ ହୋଇ ଗ୍ରାମର ମାଁ ସୁନା ପ୍ରତିମା ଯୁବକ ସଂଘ ବୁନ୍ଦୁଲି ଜିତେନ୍ଦ୍ର ଦେହୁରୀ ଙ୍କ ନେତୃତ୍ୱରେ ଅର୍ଜୁନ କହଁର,ଯୋଗେଶ ମଲିକ,ଲିପୁନ ଦେହୁରୀ, ବିକାଶ ଦେହୁରୀ,ମୁକେଶ ଦେହୁରୀ, ନିରଞ୍ଜନ ଦେହୁରୀ,ମହେଶ ମଲିକ, ବିଷ୍ଣୁ ଚରଣ କହଁର, ବ୍ରହ୍ମା କହଁର,ଆଜାଦ୍ ଦେହୁରୀ, ଶତ୍ରୁଘନ ମଲିକ ଏବଂ ପ୍ରଦୀପ କହଁର,ରାଜିବ ଦେହୁରୀ ପ୍ରମୁଖ ଦୁଇ ପାର୍ଶ୍ଵରେ ଥିବା ଲଟା ସଫା କରି ଖାଲ ଗୁଡିକରେ ମାଟି ପକାଇଥିଲେ । ପ୍ରଶାସନ ଏହି ସମସ୍ୟା କୁ ଦୃଷ୍ଟି ଦେଇ ମାହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଅନୁଦାନ ପ୍ରଦାନ କରିବାକୁ ଗ୍ରାମବାସୀ ତରଫରୁ ଦାବି ହେଉଛି ।


