ସମନ୍ୱିତ ଶିଶୁ ବିକାଶ ତରଫରୁ 'ଟାଲେଣ୍ଟ ହଣ୍ଟ ' କାର୍ଯ୍ୟକ୍ରମ ଅନୁଷ୍ଠିତ

 


କନ୍ଧମାଳ ମୋ ନିୟୁଜ ଓଡିଶା :୦୫/୦୨/୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 


କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଠାରେ ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଖଜୁରୀ ପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଏ ଏସ୍ ଆଇ ପ୍ରଦୀପ ନିମାଲି , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ  କିଶୋରୀ ବାଳିକା ମାନଙ୍କର ସମଗ୍ର ବିକାଶ ତଥା ଶାରୀରିକ , ମାନସିକ, ବୌଦ୍ଧିକ ଓ ଶିକ୍ଷା କ୍ଷେତ୍ରରେ ବିକାଶ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଶେଷରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା  । ତା'ପରେ ଅତିଥି ମାନଙ୍କ ହସ୍ତରେ କିଶୋରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା  । ଏଥିରେ ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଓ କାର୍ଯ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଦର ପରିଦର୍ଶିକା ସଜିତା ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post