କନ୍ଧମାଳ ମୋ ନିୟୁଜ ଓଡିଶା :୦୫/୦୨/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗକୁ ଦୂର କରିବା ପାଇଁ ସରକାଙ୍କ ପକ୍ଷରୁ ୧୦୦ ଦିନର କାର୍ଯ୍ୟକ୍ରମ ଆରାମ୍ୱ ହୋଇଛି ।ଏହି କାର୍ଯ୍ୟକ୍ରମ ଡିସେମ୍ବର ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ଜନିତ ରୋଗ ନିରୂପଣ ସହିତ ସଚେତ କରିବା ନିମନ୍ତେ ରୋଗୀମାନଙ୍କୁ ରଞ୍ଜନ ରଶ୍ମି ମାଧ୍ୟମରେ ପରୀକ୍ଷା କରି କରାଯାଇଛି।ରେଡିଓଗ୍ରାଫର୍ ସୂର୍ଯ୍ୟକାନ୍ତ ପଣ୍ଡା ଓ ସୁବାସିସ୍ ଶତପଥୀ ସମସ୍ତ ଲୋକଙ୍କର ପରୀକ୍ଷା କରିଥିଲେ ।ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଟି ଭି ସୂପର୍ଭାଇଯର ଅଶକ ବେହେରାଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଇକିଆ ଓ ଜି ଉଦୟଗିରି ଅଞ୍ଚଳରୁ ୬୭ ଜଣଙ୍କୁ ରଞ୍ଜନ ରଶ୍ମି ମାଧ୍ୟମରେ ପରୀକ୍ଷା କରାଯାଇଥିବା ସୂଚନା ରହିଛି ।ତେବେ ଯେଉଁ ଲୋକ ଯକ୍ଷ୍ମା ରୋଗ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଗଲା ସେହିପରି ଲୋକଙ୍କୁ ଆଶା କର୍ମୀଙ୍କ ଦ୍ବାରା ଅଣାଯାଇ ପରୀକ୍ଷା କରିଥିବା ସୂଚନା ରହିଛି ।ପରେ ସେମାନଙ୍କୁ କିଛି ଶୁଖିଲା ଖାଦ୍ୟ ମଧ୍ୟ ବିତରଣ କରିଥିବା ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ରତିକାନ୍ତ ସାହୁ, ବିପିଏମ୍ ରାଜକିଶୋର ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


