ଏଜେଓ ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷାର ସାମାଜିକ ସମୀକ୍ଷା ସମ୍ପର୍କରେ ତାଲିମ ଅନୁଷ୍ଠିତ।

 


କନ୍ଧମାଳ ମୋ ନିୟୁଜ ଓଡିଶା :୦୫/୦୨/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 


ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ସ୍ୱଛ ଓ ସୁଦୃଢ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରୟାଶ ଆରମ୍ଭ କରାଯାଇଛି।ବିଭିନ୍ନ ଶ୍ରମଭିତିକ ଉନ୍ନୟନ କାର୍ଯ୍ୟ ଭଳି ଶିକ୍ଷା ବ୍ୟବସ୍ଥାରେ ସାମାଜିକ ସମୀକ୍ଷା କରିବାକୁ ୨୦୨୩ମସିହା ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦୁଃଶାସନ ସିଂଙ୍କ ଅଧ୍ୟକ୍ଷତାରେ ଏଜେଓ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଫୁଲବାଣୀ ବ୍ଲକର ବିଦ୍ୟାଳୟ ଗୁଡିକର  ସମୀକ୍ଷା ପାଇଁ ସ୍କୁଲ କମିଟି ସଦସ୍ୟ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଅନୁଷ୍ଠିତ ହୋଇଛି।ଏଥିପାଇଁ ପ୍ରତିବ୍ଲକରେ ଥିବା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ସହଯୋଗରେ ପ୍ରତି ବିଦ୍ୟାଳୟ କମିଟିର ଛଅ ଜଣ ସଭ୍ୟ ସଭ୍ୟା ସାମାଜିକ ସମୀକ୍ଷା କରିବା ପାଇଁ ତାଲିମ ଦିଆଯାଇଛି।ବିଦ୍ୟାଳୟରେ ପାଠପଢା,ଭିତିଭୂମି,ପାଠ୍ୟପୁସ୍ତକ, ପୋଷାକପତ୍ର,ମଧ୍ୟାହ୍ନ ଭୋଜନ,ପାଠାଗାର,ବିଞାନାଗାର କମିଟି ବୈଠକ ଇତ୍ୟାଦିକୁ ନେଇ ୧୩୪ଟି ମାନଦଣ୍ଡ ଉପରେ ସାମାଜିକ ସମୀକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।ଗୁଣାତ୍ମକ ଶିକ୍ଷା ଓ ବିଦ୍ୟାଳୟରେ ଯୋଗାଇ ଦିଆଯାଉଥିବା ସେବା ଓ ଅନୁଦାନ ର ସ୍ୱଛତା ଉପରେ ସମୀକ୍ଷା କରାଯିବାକୁ କୁହାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଧିକାରୀ ଓ ପ୍ରକଳ୍ପ ସଂଯୋଜିକା ଯୋଗଦେଇ ସ୍କୁଲ କମିଟି ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମୀକ୍ଷା ସମ୍ପର୍କରେ ପରାମର୍ଶ ଦେଇଥିଲେ।

Post a Comment

Previous Post Next Post