ପବିତ୍ର ଶ୍ରୀପଞ୍ଚମୀରେ ଲମ୍ବାବାଡିର ନାମ ସଂକୀର୍ତ୍ତନ ଉଦଘାଟନ ।

କନ୍ଧମାଳ: ୦୩/୦୨/୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ ମୋ ନିୟୁଜ ଓଡ଼ିଶା  କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଲମ୍ବାବାଡି ଗ୍ରାମରେ ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଓମ୍ ଶ୍ରୀ ଶ୍ରୀ ଭଗବତ ଠାକୁର ମହିଳା ନାମ ସଂକିର୍ତ୍ତନ ମଣ୍ଡଳୀ ଉଦ୍ ଘାଟନ । ସୂଚନା ପ୍ରକାରେ ଦଳପଡା ପଞ୍ଚାୟତ ଲମ୍ବାବାଡି ଗ୍ରାମରେ ଓମ୍ ଶ୍ରୀ ଶ୍ରୀ ଭଗବତ ଠାକୁର ମହିଳା ନାମ ସଂକିର୍ତ୍ତନ ମଣ୍ଡଳୀ ଆଜକୁ ପ୍ରାୟ ୨୧ ଦିନ ହେବ ମାଁଙ୍କୁ ଆରାଧନାରେ ସଂକିର୍ତ୍ତନ ଶିକ୍ଷା ଚାଲିଥିଲା  । ଆଜି ଏହି ଶିକ୍ଷାଦାନ କାର୍ଯ୍ୟ ପୂରଣ ହୋଇଥିବାରୁ ଏହାକୁ ଉଦ୍ ଘାଟନ କରାଯାଇ ପରିବେଷଣ କରାଯାଇଥିଲା  । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମଲିକ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ରୂପେ ସରକାରୀ ଡାକ ଅଧିକ୍ଷକ ବଲାଙ୍ଗିର ଶ୍ରୀ ନୀଳମଣି ଜାନୀ ଉଦ୍ ଘାଟନ କରିଥିଲେ । ସଂକିର୍ତ୍ତନ ମଣ୍ଡଳୀକୁ ଶିକ୍ଷା ଦେଇଥିବା ଗୁରୁ ଆନନ୍ଦେଶ୍ୱର କହଁର , ଉଡୁଡେବା ନିଜର ସଂକିର୍ତ୍ତନ କାର୍ଯ୍ୟ କ୍ରମକୁ ଆଗକୁ ନେଇଥିଲେ । ସଂକିର୍ତ୍ତନ ପରିବେଷଣ ସଂନ୍ଧ୍ୟା ୫ ଘଣ୍ଟିକାଠାରୁ ରାତ୍ରୀ ୧୦ ଘଣ୍ଟିକା ପର୍ଯ୍ୟନ୍ତ କରାଯାଇଥିଲା । ଏହି ସଂକିର୍ତ୍ତନ ମଣ୍ଡଳୀର ସଭାନେତ୍ରୀ ଶ୍ରୀମତୀ ରୀନା ଜାନୀ, ସମ୍ପାଦିକା ସୁକୁମାରୀ କହଁର, ଗାୟିକା ଶ୍ରୀମତୀ ରୀନା ଜାନୀ ଓ ଉପ ଗାୟିକା ଇପ୍ସିତା କହଁର ପ୍ରମୁଖ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ସଂଗଠନକୁ କପିଲେଶ୍ୱର କହଁର,ରଞ୍ଜିତ କୁମାର ଜାନୀ,ରବିଚନ୍ଦ୍ର କହଁର ସମେତ ଗ୍ରାମର ସମସ୍ତ ବାପା ମାଁ ଭାଇଭଉଣୀ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ ଶ୍ରୀକପିଲେଶ୍ୱର କହଁର କରିଥିଲେ  ।

Post a Comment

Previous Post Next Post