ଏସଏସଏସ ହାଉସ ଇଣ୍ଟରୀୟର ନାମକ ଏକ ଶୋ ରୁମର ଶୁଭ ଉଦ୍ଘାଟନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଏସଏସଏସ ହାଉସ ଇଣ୍ଟରୀୟର ନାମକ ଏକ ଶୋ ରୁମର ଶୁଭ ଉଦ୍ଘାଟନ I ଫାଷ୍ଟ ମିଲିଟାରୀ ଲାଇନ୍ ଠାରେ ପ୍ରତିଷ୍ଠିତ ଏହି ଶୋ ରୁମର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅରକ୍ଷିତ ଜେନା, ବ୍ରହ୍ମପୁର ବିଧାୟକଙ୍କ ମହାନଗର ନିଗମ ପ୍ରତିନିଧି ଅଶୋକ ଶୁକ୍ଳା, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, କର୍ପୋରେଟର ଟି ତ୍ରିପତି ପାତ୍ର, ପ୍ରଦୀପ ଶତପଥି, ନୀଳକଣ୍ଠ ସାହୁ, ଟି କିଶୋରୀ ପାତ୍ର, ଆର୍ ପାୱନି, ଡି କରୁଣାକର ପ୍ରମୁଖ ଯୋଗଦାନ କରି ନୂତନ ଶୋ ରୁମର ଶୁଭ ଉଦ୍ଘାଟନ କରିଥିଲେ। ପ୍ରତିଷ୍ଠାନର ମୁଖ୍ୟ ଶ୍ରୀ ସତ୍ୟ ନାରାୟଣ ପାତ୍ର ଏବଂ ଧର୍ମପତ୍ନୀ ଶ୍ରୀମତୀ ସ୍ନେହଲତା ପାତ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ କରିବା ସହ ଅତିଥି ମାନଙ୍କ ଦ୍ଵାରା ରିବନ୍ କାଟି ପ୍ରତିଷ୍ଠାନର ଶୁଭ ଉଦ୍ଘାଟନ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କାହ୍ନୁ ପାତ୍ର, ଦିଲୀପ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ବାବୁ ପଟ୍ଟନାୟକ, ମନୋଜ ସାହୁ, କାଳୀ ଚରଣ ସାହୁ, ମନୋଜ ପଟ୍ଟନାୟକଙ୍କ ସମେତ ବହୁ ବନ୍ଧୁ ବାନ୍ଧବ ଓ ପରିବାର ବର୍ଗ ମାନେ ଉପସ୍ଥିତ ରହି ଉଭୟ ଶ୍ରୀମତୀ ଓ ଶ୍ରୀଯୁକ୍ତ ପାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Post a Comment

Previous Post Next Post