(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା :ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମାଇଁ ସ୍କୁଲ ଇଟାଲୀ ର କୁନି କୁନି ଛୁଆ ବହୁତ ସୁନ୍ଦର ସୁନ୍ଦର ନୃତ୍ୟ ପରିବେଷଣ କରି ନୃତ୍ୟ ଦ୍ଵାରା ବାପା ମାଆଙ୍କୁ ସମ୍ମାନ ଦେବା, ଭଗବାନଙ୍କୁ ସ୍ମରଣ କରିବା, କୃଷ୍ଣଙ୍କ ବାଲ୍ୟଲୀଳା ସବୁପ୍ରଦର୍ଶନ କଲେ। ଛୁଆମାନଙ୍କ ପିତା ମାତା , ଶିକ୍ଷୟିତ୍ରୀ ମାନେ ମଧ୍ୟ ନିଜର ସମୟ ଦେଇ ଜୀବନର ବିଶେଷତା ବିଷୟରେ ଆଲୋଚନା କରିଥିଲେ। ମାଇଁ ସ୍କୁଲ ଇଟାଲୀ ସବୁବେଳେ ଚରିତ୍ର ଗଠନ,ଭେଲ୍ୟୁ ଏଜ୍ୟୁକୈଶନ, ପିଲାଙ୍କ ଶିକ୍ଷା, ବ୍ୟବହାର ଉପରେ ପ୍ରାଧାନ୍ୟ ଦିଏ। ଏକ ନିଆରା ଶିକ୍ଷା ପଦ୍ଧତି ଉପରେ ବିଶେଷ ଲକ୍ଷ ରଖି ସ୍କୁଲ ଆଗକୁ ବଢି ଚାଲିଛି। ଏହି ଉତ୍ସବରେ ବିଶିଷ୍ଟ ଅତିଥି ମାନେ ଥିଲେ ଓଡ଼ିଶା ଚିନ୍ମୟ ମିଶନ ମୁଖ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଜୀ ବ୍ରହ୍ମପୁର ଚିନ୍ମୟ ମିଶନ ମୁଖ୍ୟ ସ୍ବାମୀ ସଦାଶିବାନନ୍ଦ ଜୀ, ନିଷ୍ଟ୍ ଲୀବେରାଳଲ୍ ଆର୍ଟସ୍ ଓ ମେନେଜମେଣ୍ଟ ଡିନ୍ ଡ଼଼. ସବ୍ୟସାଚୀ ରଥ ଏବଂ ଇଂଜିନିୟର ଶ୍ରୀ ଜଗନ୍ନାଥ ପାଢ଼ୀ। ସ୍କୁଲର ନିର୍ଦ୍ଦେଶୀକା ଉଷାରାଣୀ ପାଢ଼ୀଙ୍କ ତତ୍ତ୍ଵାବଧାନରେ ସ୍କୁଲର ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ଟି ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଅତିଥି ମାନେ ଅଭିଭାବକ ମାନଙ୍କୁ ତାଙ୍କ ପିଲାଙ୍କ ଭବିଷ୍ୟତ ଗଠନ କେତେ ଭଲ ଭାବେ କରି ପାରିବେ ସେ ସମ୍ବନ୍ଧରେ ବହୁତ୍ ଗଠନମୂଳକ ଉପଦେଶ ଏବଂ ସୂଚନା ଦେଇଥିଲେ।