(ମୋ ନ୍ୟୁୁଜ ଓଡ଼ିଶା)
ବୁଗୁଡା ,୦୨/୦୨(ସୋରେନ କୁମାର ପ୍ରଧାନ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ ତାହାର ପ୍ରତିବାଦରେ ବୁଗୁଡା ନଗର ବିଜେପି ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ମଦନ ମୋହନ ଛକରେ ଦଳୀୟ କର୍ମୀଗଣ କଂଗ୍ରେସ ଓ ସୋନିଆ-ରାହୁଲଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ମାଆ ଓ ପୁଅ ଉଭୟଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ବୁଗୁଡ଼ା ନଗର ବିଜେପି ସଭାପତି କେଦାର ନାଥ ମହାରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହର ପ୍ରସାଦ ଦାଶ,ଯଜ୍ଞ ନାରାୟଣ ପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ଦିଲ୍ଲୀପ ପ୍ରଧାନ , ରବିନ୍ଦ୍ର ପରିଡ଼ା, ବନବାସୀ ମହାରଣା, ସୁଶାନ୍ତ ଡାକୁଆ ଓ ଶେଷଦେବ ପାତ୍ର ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।
Tags:
ଆଞ୍ଚଳିକ