ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ବିରାଟ ପଟୁଆରରେ ବିଦାୟ ଜଣାଇଲେ ଜିଲ୍ଲା ଶିକ୍ଷକଗଣ ।

 


ମାଲକାନଗିରି,୨।୨  ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷା  ଅଧିକାରୀ ବିଶ୍ୱନାଥ ସାହୁ ନିଜର କାର୍ଯ୍ୟକାଳ ମଧ୍ୟରେ ଶିକ୍ଷା ବିଭାଗକୁ ଆଶାତୀତ ଭାବେ ଉର୍ଦ୍ଧ୍ବଗାମୀ କରାଇପାରିଥିଲେ। ଶିକ୍ଷକଙ୍କ ସହମତି ଭିତରେ ବିଭିନ୍ନ ବିଦ୍ୟାଳୟ ଓ ଆବାସିକ ବିଦ୍ୟାଳୟ ଗୁଡିକର ସୁପରିଚାଳନ କରିବା ସହିତ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ। ଏଥିସହ ଦୀର୍ଘ ବର୍ଷ ଧରି ଦୁର ଦୁରାନ୍ତରେ କାର୍ଯ୍ୟରତ ଶିକ୍ଷକଙ୍କ ସମସ୍ୟା ଗୁଡ଼ିକ ବିଷୟରେ ଅବଗତ ହେବା ସହିତ ଥଇଥାନର ବ୍ୟବସ୍ଥା କରିଥିଲେ। ଏହିଭଳି ଲୋକପ୍ରିୟ ଶିକ୍ଷା ଅଧିକାରୀ ଙ୍କୁ ପାଇଁ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମହଲରେ ପ୍ରିୟର ପାତ୍ର ହୋଇପାରିଥିଲେ। ଏପରି ସମୟରେ ମାତ୍ର ୧୧ ମାସର କାର୍ଯ୍ୟକାଳ ପରେ ତାଙ୍କର ଜିଲ୍ଲା ବାହାରକୁ ବଦଳିକୁ ଗ୍ରହଣ କରିପାରୁ ନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ। ତାଙ୍କର ବଦଳି ପରେ ତାଙ୍କୁ ବେସ ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା ସହ ଶିକ୍ଷକ ମାନଙ୍କ ପକ୍ଷରୁ ଏକ ବିରାଟ ପଟୁଆରରେ ଆସି ସହର ପରିକ୍ରମା କରାଯାଇ ତାଙ୍କୁ ଭାବପୁର୍ଣ ବିଦାୟ ଜଣାଇଛନ୍ତି।

Post a Comment

Previous Post Next Post