ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପାଇକ ସାହିରେ ଦେଖିବାକୁ ମିଳିଛି ବିକଳ ଚିତ୍ର। ଦୀପ ତଳ ଅନ୍ଧାର ଭଳି ଶବ୍ଦ ଏହି ଗ୍ରାମ ପାଇଁ ସଂପୂର୍ଣ୍ଣ ସତ୍ୟ ମନେ ହେଉଛି। ପିଇବା ପାଣି ଭଳି ଏକ ମୌଳିକ ଆବଶ୍ୟକତା ପୁରଣ କରି ପାରୁ ନାହାନ୍ତି ପ୍ରଶାସନ ଓ ସରକାର୍। ଗୁମ୍ମା ବ୍ଲକ ଠାରୁ ମାତ୍ର 500ମି ଦୂରରେ ଥିବା ଏହି ଗ୍ରାମ ରେ ପିଇବା ପାଣି ପାଇଁ ବହୁତ ଅସୁବିଧା ହେଉଛି । 250 ରୁ ଉର୍ଦ୍ଧ ଘର ଥିବା ଏହି ସାହିରେ 2ଟି ନଳକୂଅ ଅଚଳ ଅବସ୍ଥାରେ ଅଛି। ନଳକୂଅ ପାଣି ରୁ ଦୁର୍ଗନ୍ଧ ବାହାରୁଥିବା ବେଳେ ପାଣି ରେ ବହଳିଆ ହଳଦିଆ ଆବରଣ ବସି ଯାଉଛି। ଦୂଷିତ ପାଣି ପିଇ ଚର୍ମ ରୋଗ , କିଡନୀ, ଜ୍ଵର,କାଶ, ଇତ୍ୟାଦି ରୋଗରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି। ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ହୃଷୀକେଶ ମାରାଣ୍ଡି ଗ୍ରାମବାସୀ ଦୁଇ ବର୍ଷ ଧରି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଖରାପ ଥିବା ଦୁଇଟି ନଳକୂପ ମରାମତି କରି ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାକୁ ଦାବି କରିଛନ୍ତି ପାଇକ ସାହି ବାସୀ ଚକ୍ରଧର ପାଇକ, ପୁଷ୍ପାଞ୍ଜଳି ପଣ୍ଡା, ସରସ୍ଵତୀ ଜେନା, ଡମଣି ମହାନ୍ତି, ସଂଯୁକ୍ତା ପାଇକ, ସନ୍ଧ୍ୟା ପାଇକ ପ୍ରମୁଖ ଉପସ୍ଥିତ ଥିଲେ।