ମାସିକ କବିତା ଆସର ଓ ପୁସ୍ତକ ଚର୍ଚ୍ଚା

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ମାସିକ କବିତା ଆସର ଓ ପୁସ୍ତକ ଚର୍ଚ୍ଚା ଭଞ୍ଜନଗର ପ୍ରଗତିନଗରସ୍ଥିତ ବ୍ରହ୍ମକୁମାରୀ ଗୀତାପାଠଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡ. ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଅତିଥି ସ୍ୱାଗତ କରିଥିବାବେଳେ ସାଂଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଦସ୍ୟ ରଜନୀ ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପୁସ୍ତକ ଚର୍ଚ୍ଚାରେ ଅନୁଷ୍ଠାନର ସହ ସମ୍ପାଦିକା ଶ୍ରୀମତୀ ରଞ୍ଜୁଲତା ବେହେରାଙ୍କ ଶିଶୁ କବିତା ସଂକଳନ ‘ଖଜୁରୀ ବଣର ଝୁଲା’ ବିଷୟରେ ଶ୍ରୀଯୁକ୍ତ ମହାନ୍ତି କହିଥିଲେଯେ ଶିଶୁ ମନକୁ ଛୁଇଁଲା ଭଲି ଏହା ଏକ ସୁନ୍ଦର ପୁସ୍ତକ। ପୁସ୍ତକଟିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପ-ସଭାପତି ରୀତାରାଣୀ ମହାପାତ୍ର, ସୁବାସ ଚନ୍ଦ୍ର ତାରିଣୀ, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କର ମତମତା ପ୍ରକାଶ କରିଥିଲେ। ୩୫ରୁ ଉର୍ଦ୍ଧ୍ୱ କବି /କବୟିତ୍ରୀ କବିତା ପାଠ କରିଥିଲେ। ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। କବୀ ଶୁଭସ୍ମିତା ଦାଶ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା, ପ୍ରଫୁଲ୍ଲ କୁମାର ମହାରଣା, ପାର୍ଥସାଇ ବେବର୍ତ୍ତା, ବିକେ ଜ୍ୟୋତି ସ୍ୱରୂପା, ସ୍ନେହାସ୍ମିତା ଆରୁଖ। ଶେଷରେ ଅନୁଷ୍ଠାନର ସହସମ୍ପାଦକ ତ୍ରିନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post