ଭଞ୍ଜନଗର ମୋ ନିୟୁଜ ଓଡିଶା : ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଜୟଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ପବିତ୍ର ସରସ୍ୱତୀ ପୂଜା ଓ ଭଞ୍ଜ ଜୟନ୍ତୀ ଅବସରରେ ଆମ ଓଡ଼ିଶା ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହାକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଏଥିରେ ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ମେଡିକାଲ ଅଧିକ୍ଷକ ଡ଼ା .ସିତାଂଶୁ ଶେଖର ଶତପଥୀ, ବିଚିତ୍ର ପାଣିଗ୍ରାହୀ, ବିଶ୍ୱମ୍ବର ଜେନା ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ସଭାପତି ଏ.ମନୋଜ କୁମାରଙ୍କ ସଭାପତିତ୍ୱରେ ସମସ୍ତ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ। ଏହି ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ବର୍ଷତମାମ ହନୁମାନ ଚାଳିଶା କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ, ଗରିବଙ୍କୁ ଖାଦ୍ୟବସ୍ତ୍ର ପ୍ରଦାନ ଭଳି ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେଣୁ ରକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଆଜିର ଏହି ରକ୍ତ ଦାନ ଶିବିରରେ ୮୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା। ସୂଚନାଯୋଗ୍ୟ ଯେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଲୟକୁ ପ୍ରତ୍ୟୁକ ଦିନ ବହୁ ରକ୍ତ ଅଭାବି ରୋଗୀ ଆସୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ରକ୍ତ ହୀନତା ରୋଗରେ ପୀଡିତ ରୋଗୀ ଏପରିକି ବହୁ ପରିମାଣରେ କିଡନୀ ରୋଗୀ ଆସୁଛନ୍ତି କିନ୍ତୁ ଏତେ ରୋଗୀଙ୍କୁ ରକ୍ତ ଯୋଗାଇବା ସମ୍ଭବ ହୋଇ ପାରୁ ନାହିଁ। ଏପରି ସମୟରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ରକ୍ତ ଅଭାବକୁ ଦୂର କରିବା ପାଇଁ ଅନେକ ସମୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଥାନ୍ତି। ଆଜିର ଏହି ମହତ କାର୍ଯ୍ୟକୁ ଭଞ୍ଜନଗରବାସୀ ପ୍ରଶଂସା କରିବା ସହ ବହୁ ଯୁବ ରକ୍ତ ଦାତା, ମହିଳା ରକ୍ତ ଦାତା ରକ୍ତ ଦାନ କରିଥିଲେ। ଏଥିରେ ଉପସଭାପତି ଏ.ନିଗମ ପ୍ରସାଦ ପାତ୍ର, ସମ୍ପାଦକ ଲିଙ୍ଗରାଜ ନାୟକ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତି, ସଙ୍ଗଠକ ପି.ହେମନ୍ତ କୁମାର ରାଓ, ଅନୀଲ କୁମାର ରାଓ, ସରୋଜ କୁମାର ପଟ୍ଟନାୟକ, କିଶୋର ଚନ୍ଦ୍ର ବେହେରା, ବିକାଶ ପାତ୍ର, ବାଲକ୍ରିଷ୍ଣା ବେହେରା, ଦୀପକ ମିଶ୍ର, ପବିତ୍ର ନାୟକ, ଅସିତ କୁମାର ସେଠୀ, ସରୋଜ ବେହେରା, ଆଶୀର୍ବାଦ ମହାନ୍ତି, ରୁଦ୍ର ବିଷୋୟୀ, ବିଭୂ ଭାଇଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା