(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ରୋଜଗାର ଆଶାରେ ବିଦେଶ ଯାଇ ଓମାନରେ ଫସିଛନ୍ତି ୪ ଓଡ଼ିଆ ଯୁବକ । ୫ ମାସ ତଳେ ଓମାନ ଯାଇଥିବା ବେଳେ କାମ କରୁଥିବା କମ୍ପାନୀ ପଇସା ନଦେଇ ସେମାନଙ୍କୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଓଡ଼ିଆ ଯୁବକ । ୪ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଏଣେ ପୁଅ କିପରି ସୁରକ୍ଷିତ ଭାବେ ଗାଁକୁ ଫେରିବ ସେନେଇ ଚିନ୍ତାରେ ପରିବାର । ଏନେଇ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯୁବକଙ୍କ ପରିବାର ଲୋକ । ପରିବାର ଲୋକ ଲିଖିତ ଭାବରେ ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କୁ ଉଦ୍ଧାର କରି ଭାରତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ୪ ଓଡ଼ିଆ ଯୁବକଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଜଣ ଯୁବକ ଓମାନରେ ଫସି ରହିଛନ୍ତି । ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ତାରିଣୀପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ ଗତ ୫ ମାସ ତଳେ କାମ କରିବା ପାଇଁ ଓମାନ ଯାଇଥିଲେ । ବସନ୍ତଙ୍କ ସହ ଅନ୍ୟ ୪ ଓଡ଼ିଆ ଯୁବକଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ମୋଟ ୧୨ ଜଣ ଯୁବକ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ୪ ମାସ ଧରି କୌଣସି ପାରିଶ୍ରମିକ ଦିଆଯାଉନଥିବା ନେଇ ବସନ୍ତ ଏବଂ ତାଙ୍କ ସାଥିମାନେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଏହାର ପ୍ରତିବାଦ କରିବାରୁ ବସନ୍ତଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି । ଏପରିକି ଏହି ଶ୍ରମିକମାନଙ୍କ ପାସପୋର୍ଟ ଏବଂ ଅତ୍ୟାବଶ୍ୟକ କାଗଜପତ୍ର ଛଡାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ସେମାନେ ସେଠାରୁ ମୁକୁଳି ସ୍ୱଦେଶ ଫେରି ପାରୁନାହାନ୍ତି । ଫସି ରହିଥିବା ୧୨ ଜଣ ଶ୍ରମିକ ଏକ ଭିଡିଓ ବାର୍ତ୍ତା କରିବା ପରେ ଘଟଣା ସଂପର୍କରେ ଜଣାପଡିଛି । ଏନେଇ ବସନ୍ତଙ୍କ ମାଆ ଇନ୍ଦିରା ସେଠୀ ଓ ଭାଇ ମୋଚିରାମ ବେହେରା ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଘଟଣା ସଂପର୍କରେ ଅବଗତ କରିଛନ୍ତି ।
ଅଭିଯୋଗ କରିବାକୁ ଆସିଥିବା ବସନ୍ତଙ୍କ ଭାଇ ମୋଚିରାମ ବେହେରା କହିଛନ୍ତି, "୫ ମାସ ତଳେ ଭାଇ ଓମାନ କାମ କରିବାକୁ ଯାଇଥିଲେ । ପ୍ରତ୍ୟେକ ସପ୍ତାହରେ କାର୍ଯ୍ୟ କରିଥିବା ଅର୍ଥ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତି ୧୫ ଦିନରେ ଥରେ ପ୍ରଦାନ କରାଯିବ ବୋଲି ଭୁଆଁ ବୁଲାଇବା ସହିତ ଗତ ୪ ମାସ ଧରି ଟଙ୍କା ଦିଆଯାଇନାହିଁ । ଏହାକୁ ନେଇ ତାଙ୍କ ଭାଇ ବସନ୍ତ କୁମାର ସେଠୀ କମ୍ପାନୀ କର୍ତ୍ତୁପକ୍ଷଙ୍କୁ କହିବାରୁ ସେମାନେ ତାଙ୍କୁ କମ୍ପାନୀରୁ ବାହାର କରିଦେଇଛନ୍ତି । ଏପରିକି ସେମାନଙ୍କୁ ଦିଆଯାଇଥିବା ଘରୁ ମଧ୍ୟ ସେମାନଙ୍କୁ ବାହାର କରିଦେଇ ଘର ତାଲା ପକାଇ ଦେଇଛନ୍ତି । ଖାଇବାକୁ ମଧ୍ୟ ଦେଉ ନାହାନ୍ତି । ସେମାନଙ୍କ ପାସପୋର୍ଟ ନେଇଯାଇଛନ୍ତି । ତେଣୁ ସେମାନେ ସେଠାରୁ ଆସି ପାରୁନାହାନ୍ତି । ଗଞ୍ଜାମର ୪ ଜଣ ଥିବା ଆମେ ଖବର ପାଇଛୁ । ଏନେଇ ଆମେ ଜିଲ୍ଲାପାଳଙ୍କୁ ଭେଟିଛୁ । ସେମାନଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିଛୁ । ଘଟଣା ନେଇ ସରକାରଙ୍କୁ ଅବଗତ କରାଯାଇଛି ! ଏନେଇ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା କହିଛନ୍ତି, "ଘଟଣାକୁ ନେଇ ଅବଗତ କରାଯିବା ପରେ ଏହାର ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି। ଏହା ସରକାରଙ୍କଆଇ.ଏସ୍.ଏନ୍.ଡାବ୍ଲୁ ମାମଲା ହୋଇଥିବାରୁ ଏହାରି ଉପରେ ସଚିବ ପଦକ୍ଷେପ ନେବେ । ସେଠାରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ମୋଟ ୪ ଜଣ ରହିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରୁ ଜଣେ ଯୁବକଙ୍କ ସମେତ ବୁଗୁଡା ଅଞ୍ଚଳରୁ ଜଣେ ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରଣ୍ଟ୍ରା ଅଞ୍ଚଳର ଜଣ ରହିଛନ୍ତି ।
ଏଥି ନିମନ୍ତେ - ସମାଜସେବୀ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ - (ସଭାପତି -ଭାରତୀୟ
ପ୍ରବାସୀ ପରିଷଦ ଓଡ଼ିଶା ସୋଷାଇଟି ସଙ୍ଘ - କୁଏତ, ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି - କୁଏତ, ସଭାପତି - ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ, ଇଣ୍ଡିଆନ୍ କମ୍ୟୁନିଟି ଅଫ୍ ପୋଲିସ୍ , ଅଧ୍ୟକ୍ - ୱାର୍ଲ୍ଡ୍ କମ୍ୟୁନିଟି କାଉନସିଲ୍ - ଗଲ୍ଫ ଦେଶ, ଭାରତ ସେବା ଦର୍ଶନ ର ପ୍ରତିଷ୍ଠାତା) ସଙ୍ଗ ତରଫରୁ ତୁରନ୍ତ ପ୍ରବାସୀ ଶ୍ରମିକ ଙ୍କୁ ତୁରନ୍ତ ନିଜ ଗ୍ରାମ କୁ ଫେରେଇ ଆଣିବା ନିମନ୍ତେ ଓଡ଼ିଶା ସରକାର୍, ଭାରତ ସରକାର ଙ୍କୁ ଓ ଭାରତୀୟ ଦୂତାବାସ ଓମାନ ର ରାଜଦୂତ ଙ୍କୁ ଅନୁରୋଧ କରିବା ସହିତ ନିଜର ଧନ୍ୟବାଦ୍ ପ୍ରଦାନ କରିଛନ୍ତି ।