*ସାବା ୨୧/୦୨/୨୦୨୫ ଶୁକ୍ରବାର :ମୋ ନିୟୁଜ ଓଡିଶା - ଗତ କଲି ତା ୨୦/୦୨/୨୦୨୫ ରିଖ ଦିନ ବଡ଼ଗଡ଼ ଥାନା ଅନ୍ତର୍ଗତ ସାବା ଗ୍ରାମର କେଳା ସେଠି ନାମକ ପ୍ରାୟ ୬୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ବଜ୍ରା ଘାତରେ ମୃତୁ ଘଟି ଥିବା ଦେଖିବାକୁ ମିଳିଛି | ଉକ୍ତ ବ୍ୟକ୍ତି ଜଣଙ୍କ ଛେଳି ଚରାଇବାକୁ ସାବା ଗ୍ରାମ ନିକଟସ୍ଥ ଖରିପଲ୍ଲୀ ଗ୍ରାମ ଜଙ୍ଗଲକୁ ଯାଇଥିଲେ | ଦିନ ୨ ଘଣ୍ଟା ବେଳେ ସଙ୍ଗେ ସଙ୍ଗେ କେଉଁଠୁ ଅଦିନିଆ ବର୍ଷା ଓ ଘଡଘଡି ଆସିବା ଯୋଗୁ ବର୍ଷା କବଳରୁ ନିଜକୁ ରକ୍ଷା କରିବା ପାଇଁ ଏକ ବାଉଁଶ ଗଛ ନିକଟରେ ଆଶ୍ରା ନେଇଥିବା ବେଳେ ବଜ୍ର ଘାତ ଘଟିଛି | ବହୁତ ସମୟ ଧରି ଘରକୁ ନଫେରିବା ଯୋଗୁ ତାଙ୍କ ପୁଅଙ୍କ ମନରେ ସନ୍ଦେହ ଜାଗ୍ରତ ହେଲା କାରଣ ପୂର୍ବ ଦିନ ଗ୍ରାମରେ କିଛି ଲୋକ ସହ ପାଟି ତୁଣ୍ଡ ହୋଇଥଲା କାଳେ କିଏ'' କିଛି ଅଘଟଣ ଘଟାଇଲା କି? ପଚାରି ପଚାରି ଛେଳି ଯୋଉଠି ଚାରୁଥିଲେ ସେଠାକୁ ଯାଇ ଦେଖିଲା ବେଳେ ଏକ ବାଉଁଶ ବୁଦା ତଳେ ଅଚେତ ଅବସ୍ଥାରେ ପଡ଼ିଥିଲେ ଓ ତାଙ୍କ ବେକ, ପିଠି ଓ ମୁଣ୍ଡରେ ଆଘାତ ଲାଗି କଲା ପଡିଥିବା ଦେଖଇଥେଲେ | ଉକ୍ତ ଲୋକଙ୍କୁ ତୁରନ୍ତ ନିଜ ଗାଡି ସାହାଯ୍ୟରେ ଶେରଗଡ଼ ସ୍ଵାଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ଡାକ୍ତର ଦେଖିବା ମାତ୍ରେ ମନରେ ସନ୍ଦେହ ଯେ ଏହା ବଜ୍ର ଘାତ, ଜାଣି ତାଙ୍କୁ ତୁରନ୍ତ ବ୍ରହ୍ମପୁର ସ୍ଵାଥ୍ୟ କେନ୍ଦ୍ର ପଠାଇ ଦେଇଥିଲେ ଓ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ | ପର ଦିନ ଶବ ବ୍ୟବଛେଦ କରି ଆଣି ଦିନ ୪ ଘଣ୍ଟା ସମୟରେ ନିଜ ଗ୍ରାମରେ ଅନ୍ତିମ କ୍ରିୟା ସମାପନ କରିଥିଲେ, ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉକ୍ତ ମୃତୁର ରହସ୍ୟ ଖୋଲିବା ନେଇ ସ୍ଥାନୀୟ ଲୋକେ କହିଥିଲେ |*
*ଗଞ୍ଜାମ ରିପୋର୍ଟର*
*ଶଙ୍କର ପାଣିଗ୍ରାହୀ*