(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ରାଜ୍ୟରେ ଦୀର୍ଘ ପଚିଶି ବର୍ଷର ବିଜେଡ଼ି ସରକାରକୁ ଶାସନ କ୍ଷମତାରୁ ଗାଦିଚ୍ୟୁତ କରି ବିଜେପି ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇପରିଲା। କିନ୍ତୁ ସରକାର ଗଠନ କରିବାର ନଅ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ସରକାର ପରିଚାଳନାରେ ଏହାର ପକଡ ଯେଉଁଭଳି ମଜଭୂତ ହେବା କଥା ତାହା ଅଦ୍ୟାବଧି ସମ୍ଭବ ହୋଇପାରିନାହିଁ। ସେହିଭଳି ଶାସନ ଓ ପ୍ରଶାସନର ଚରିତ୍ରରେ କୌଣସି ପରିବର୍ତ୍ତନ ଆସିଥିବା ପରିଦୃଶ୍ୟ ହେଉ ନାହିଁ। ଶାସକ ତାରି ବାଟରେ ଓ ଅମଲାତନ୍ତ୍ର ଲଗାମ ଛଡା।ମନେ ହେଉଛି ଗୋଟେ ଦଳ ଗଲା ଆଉ ଗୋଟେ ଦଳ ଆସିଲା ଏବଂ ସେହିଭଳି କିଛି ବ୍ୟକ୍ତି ଗଲେ ଆଉ କିଛି ନୂଆ ଲୋକ ଆସିଲେ କ୍ଷମତା ଦଖଲ କଲେ । କାରଣ ନୂତନ ସରକାରର ଜନ ପ୍ରତିନିଧି ଓ ମନ୍ତ୍ରୀମାନଙ୍କ ଶାସନ ଓ ପ୍ରଶାସନ ଦାଓ ପେଞ୍ଚ ବୁଝିବାରେ ଅଭିଜ୍ଞତା ଓ ଅନୁଭୂତି ଅଭାବର ସୁଯୋଗ ନେଇ ଅମଲାତନ୍ତ୍ର ତାର ଦବଦବା ଓ ପାଦ୍ରୁଭାବ ପୂର୍ବଭଳି ଜାରି ରଖିଛି। ଅଧିକନ୍ତୁ ଅନେକ ମନ୍ତ୍ରୀଙ୍କ ଅପାରଗତା , ଅଜ୍ଞତା ଓ ଦକ୍ଷତା ହିନତାର ଫଳ ସ୍ୱରୂପ ଅମଲାତନ୍ତ୍ର ମନ୍ତ୍ରୀ ଓ ସରକାରଙ୍କୁ ନିଜ ମର୍ଜି ମୁତାବକ ଚଲେଇବାକୁ ଚାହୁଁଛନ୍ତି। ଏହାଦ୍ବାରା ପ୍ରଶାସନିକ ଓ ଆଇନଗତ ବିଲକ୍ଷଣ ଦେଖା ଡେବା ସହ ପ୍ରଶାସନରେ ସ୍ଥାଣୁତା ଆସିଯାଇଛି ଏବଂ ଦଳ ଓ ସରକାରକୁ ବଦନାମ୍ ହେବାକୁ ପଡୁଛି। ବିଡମ୍ବନା ହେଲା ମନ୍ତ୍ରୀମାନେ ନିଜ ବିଭାଗର କର୍ଯ୍ୟ ପ୍ରଣାଳୀ, ଯୋଜନା ଜାଣିବା ଓ ବିଷୟ ପ୍ରବେଶ କରିବ ବଦଳରେ କ୍ଷମତାର ସ୍ଵାଦ ଚୁସିବାରେ ବ୍ୟସ୍ତ। ଫଳରେ ନିକଟରେ ସେମାନଙ୍କ ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତି ଆଇନଗତ ବିବାଦରେ ଛନ୍ଦି ହେବା ସହ ଶାସନ ପ୍ରଶାସନରେ ଅସଙ୍ଗତି ଓ ବିଲକ୍ଷଣ ଦେଖା ଦେଇଛି। ପୁର୍ବ ସରକାର ସମୟରେ ଅମଲାତନ୍ତ୍ରର ପଦାଧିକାରୀ ମାନେ ଯେଉଁ ମନମାନି ଓ ଏକଛତ୍ର ବାଦି ଚିନ୍ତାଧାରା ଓ ମାନସିକତା ନେଇ କାମ କରୁଥିଲେ ସେଥିରେ କୌଣସି ବିରାମ ଲାଗୁ ସେମାନେ ତାହା ଚାହାନ୍ତି ନାହିଁ। ଲୋକଙ୍କ ବୃହତ୍ତର ସ୍ବାର୍ଥ ଜଡ଼ିତ କୌଣସି ପ୍ରସଙ୍ଗକୁ ସମାଧାନ କରିବା ନେଇ ନିଜ ଆଡୁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଶାସନ ଓ ପ୍ରଶାସନରେ ଗୋଟେ ଅନିଶ୍ଚିତତା ଓ ଅସୁରକ୍ଷିତ ଭାବନାର ଏକ ମାହୋଲ ପରିବ୍ୟାପ୍ତ ହୋଇଯାଇ ଥିଲା ଭଳି ମନେ ହେଉଛି। ସେ ରାଜ୍ୟ ସ୍ତରରେ ହେଉ କିମ୍ୱା ଜିଲ୍ଲା ସ୍ତରାରେ କୌଣସି ବରିଷ୍ଠ ଅଧିକାରୀ ଧାରାବାହିକ କାର୍ଯ୍ୟ ଛଡା ରିସ୍କ ନେଇ ଲୋକଙ୍କ ବୃହତ୍ତର ସ୍ବାର୍ଥ ଜଡ଼ିତ କୌଣସି ପ୍ରସଙ୍ଗରେ ନିର୍ଣ୍ଣୟ ନେବାକୁ ପଛଗୁଞ୍ଚା ଦେଉଛନ୍ତି। ଫଳରେ ସରକାରଂକ ଧାର୍ଯ୍ୟ ସମସ୍ତ ବିକାଶ ମୂଳକ ଓ ଭିତ୍ତିଭୂମି ନିର୍ମାଣ କାମ ମନ୍ଥର ହେବା ସହ ଅଯଥା ବିଳମ୍ବ ଘଟି ପ୍ରକଳ୍ପ ବ୍ୟୟ ବରାଦ ବୃଦ୍ଧି ପାଇ ଚାଲିଛି। ପ୍ରଶାସନିକ ବ୍ୟବସ୍ଥାରେ ଆବଶ୍ୟକୀୟ ସଂସ୍କାର ଆଣି ଆମଲାତନ୍ତ୍ରକୁ କ୍ରିୟାଶୀଳ କରିବା ସହ ସରକାର ଏହାକୁ ନିଜ ଚିନ୍ତା ଧାରା ପରିସରକୁ ଅଦ୍ୟାବଧି ଆଣିବାରେ ସକ୍ଷମ ହୋଇପାରି ନାହାନ୍ତି ନିକଟରେ ରାଜ୍ୟରେ ଘଟି ଯାଇଥିବା କେତେକ ବିବାଦୀୟ ଘଟଣାରୁ ସ୍ପଷ୍ଟ । ଯାହା ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିରେ ପକେଇ ଦେଇଥିଲା। ସରକାର ଯଦି ଏହିଭଳି କାର୍ଯ୍ୟଧାରା ଦେଇ ଆଗକୁ ଚାଲନ୍ତି ତାହାହେଲେ ଜନ ଅସନ୍ତୋଷ ଧିରେ ଧିରେ ଦାନା ବାନ୍ଧିବ ଏଵଂ ଏହାର ପ୍ରତିଫଳନ ଲୋକେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ପଦର୍ଶନ କରିବେ। ଅଧିକନ୍ତୁ ବିଜେପି ଦଳ ଆଗାମୀ ଦିନରେ ବିଜେଡ଼ି ଭାଙ୍ଗିଯିବ ଓ ନେତୃତ୍ଵ ଶୂନ୍ୟ ହେଇଯିବ ଯାହା ଫଳରେ ତାହର ନେତା ଓ କର୍ମୀ ବିଜେପି ମୁହାଁ ହେବେ ଏହି ଆଶ ଓ ଭରସାରେ ରହି ନିଜକୁ ଶକ୍ତିଶାଳୀ କରିବାର ଯେଉଁ ମନୋବୃତ୍ତି ପୋଷଣ କରି ବସିଛି ତାହା ଦଳକୁ ରାଜନୈତିକ ଭାବରେ ଦେବାଳିଆ କରିଦେବ। ଫଳରେ ରାଜ୍ୟରେ ଏକ ନୂତନ ରାଜନୈତିକ ଶକ୍ତିର ଉତ୍ଥାନ ହେବା ସମ୍ଭାବନାକୁ ଏଡେଇ ଦେଇ ହେବ ନାହିଁ। ରାଜ୍ୟର ଏହି ରାଜନୈତିକ ପାଣିପାଗ ଶିଥିଳ ହୋଇପଡ଼ିଥିବା କଂଗ୍ରେସର ଅଭିବୃଦ୍ଧି ଦିଗରେ ସହାୟକ ହେବ। ରାଜ୍ୟରେ ନୂତନ ଭାବେ ପ୍ରଦେଶ କଂଗ୍ରେସର ଦାୟିତ୍ଵ ନେଇଥିବା ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ କଂଗ୍ରେସ ତାର ବଳ ଗୋଟେଇ ଏକତ୍ରିତ ହେଉଥିବା ଶାସକ ବିଜେପି କୁ ଆତ୍ମ ଚିନ୍ତନ ଓ ଆତ୍ମ ସୁରକ୍ଷା ପଦକ୍ଷେପ ନିମନ୍ତେ ବାଧ୍ୟ କରିବ। ଆଗାମୀ ଦିନରେ ରାଜନୈତିକ ଅବସ୍ଥା, ପରିସ୍ଥିତି ଓ ପାଣିପାଗରେ ଯାହା ବି ପରିବର୍ତ୍ତନ ଆସିବ ତାହା ଗଞ୍ଜାମ ଜିଲ୍ଲାରୁ ହିଁ ଆରମ୍ଭ ହେବ ତାହା ଏବେ ଠାରୁ ଜଳ ଜଳ ଦିଶୁଛି। ଏଠାରେ ଆମଦାନୀ ନେତା ଓ ମୂଳ ବିଜେପି ନେତାଙ୍କ ମଧ୍ୟରେ ଯେଉଁ ଛକା ପଞ୍ଜା ଓ ଲୁଚ କାଳି ଖେଳ ଚାଲିଛି ତାହା ଭିତରେ କୁହୁଁଳୁ ଥିବା ଅସନ୍ତୋଷ ଦାନାକୁ କେତେବେଳେ ବିସ୍ଫୋରକ ପରିସ୍ଥିତି ଆଡ଼କୁ ଜିଲ୍ଲାର ରାଜନୈତିକ ଅବସ୍ଥା କୁ ନେଇ ନୂତନ ସମିକରଣରେ ବଦଳେଇ ଦେବ କହି ହେବ ନାହି। ତେଣୁ ନେଡି ଗୁଡ଼ କହୁଣୀକୁ ବୋହିଯିବା ଆଗରୁ ସରକାର ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣି ଏହାଙ୍କୁ ପୁନର୍ବିନ୍ୟାସ କରନ୍ତୁ। ଶାସନ ଓ ପ୍ରଶାସନକୁ ଲୋକାଭିମୁଖୀ କରି ଶାସନର ସୁଫଳ ଲୋକେ କେମିତି ପାଇ ପାରିବେ ସେଥି ପ୍ରତି ଯତ୍ନବାନ ହେବାକୁ ଓଡିଆ ସ୍ଵାଭିମାନ ଜାଗରଣ ଫେଡେରେସନର ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ସରକାରଙ୍କୁ ଚେତେଇ ଦେଇଛନ୍ତି। ନହେଲେ ଓଡିଆ ଅସ୍ମିତା ଓ ସ୍ଵାଭିମାନ କୁଠାର ଗାତ ହେଉଥିବା ଯେଉଁଦିନ ଲୋକେ ମନେ କରିବେ ଲୋକଙ୍କ ମୋହ ଭଞ୍ଜ ହେବାକୁ ବେଶୀ ସମୟ ଲାଗିବ ନାହିଁ। ସରକାର ଓ ଦଳ ଏ ସବୁ ଦିଗକୁ ଗୁରୁତ୍ତ୍ଵର ସହ ନେଇଏଦିଗରେ ଆତ୍ମ ସମୀକ୍ଷା ଓ ଆତ୍ମ ଚିନ୍ତନ କରୁ ବୋଲି ସେ କହିଛନ୍ତି । ନହେଲେ ଆଗକୁ ସରକାର ଓ ବିଜେପି ପାଇଁ ରାସ୍ତା କଠିନ, ଜଟିଳ ଓ ଆହ୍ଵାନ ଭରା। ସ୍ଥାନୀୟ ସ୍ତରରେ ନିର୍ବାଚନ ସମୟରେ ନେତା ଓ ପର୍ଥୀ ମାନଙ୍କ ଦ୍ଵାରା ଲୋକମାନଙ୍କୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀ ମାନଙ୍କୁ ନେତା ମନ୍ତ୍ରୀ ମାନଙ୍କ ଦ୍ଵାରା ଅଣଦେଖା କରାଯାଉଥିବାରୁ, ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ହତାଶା ଭାବ ସରକାର ଓ ଦଳର ନେତୃତ୍ବ ବିରୋଧର ପରିପ୍ରକାଶ ହେବାକୁ ଆରମ୍ଭ କଲାଣି। ନେତା, ମନ୍ତ୍ରୀ, କର୍ମୀ , ସରକାର ଓ ଦଳ ମଧ୍ୟରେ ସମନ୍ୱୟ ଓ ସହଯୋରେ ରହୁନି। ଏ ପ୍ରେଖ୍ୟାପଟରେ ଏତିକି କହି ହେବ ରାଜ୍ୟ ଯେ ରାଜ୍ୟ ଯେ ଏକ ରାଜନୈତିକ ଶୂନ୍ୟତା ଏଵଂ ରାଜ୍ୟ ରାଜନୀତି ଏକ ନୂତନ ସମୀକରଣ ଓ ଶକ୍ତି ଆଡ଼କୁ ଗତି କରୁଛି ଏହା ବାରି ହେଇ ପଡୁଛି।