ସୀମାନ୍ତରେ ମାଓବାଦୀ ଆଇlଡି ବିସ୍ଫୋରଣରେ ଉଡ଼ିଗଲା ଗାଡ଼ି, ୮ ଯବାନଙ୍କ ସହ ଗାଡ଼ି ଚାଳକ ସହିଦ

 


ମାଲକାନଗିରି ତା ୦୬/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜିଲ୍ଲାରେ ନକ୍ସଲ ମାନେ ଖଞ୍ଜିଥିବା ଆଇଡ଼ି ବିସ୍ପୋରଣ ରେ  ୮ ଯବାନଙ୍କ ସହ ଗାଡ଼ି ଚାଳକ ସହିଦ ସହିଦ ହୋଇଥିବା ଜଣାପଡିଛି। ମାଓ ଅପରେସନ ସାରି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ସୁଚନା ମିଳିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ରାସ୍ତାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । ଏହି ଦୁର୍ଘଟଣା କୁଟୁରୁ ଠାରୁ ବେନ୍ଦ୍ରେ ରାସ୍ତାରେ ଘଟିଛି ।ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲମାନେ ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ୮ ଜଣ ଯବାନ ଓ ଗାଡ଼ି ଚାଳକ ଙ୍କ ପ୍ରାଣହାନି ଘଟିଛ ଓ ୫ ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ଗାଡିର କିଛି ଅଂଶ ଗଛରେ ଲାଗିଥିବା ବେଳେ ତଳେ ପଡିଥିବା ଅଂଶ ଚୁରମାର୍ ହୋଇଯାଇଛି । ପରେ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳକୁ ଅଧିକ ସୁରକ୍ଷା କର୍ମୀଙ୍କୁ ପଠାଯିବା ସହ ଆହତମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭାର୍ତ୍ତି କରିବା ପରେ ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ  ହେଲିକେପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରା ଯାଇଥିବା ସୁଚନା ମିଳିଛି ।

Post a Comment

Previous Post Next Post