ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରେ ନବଜାତ ଶିଶୁ ର ମୃତ ଦେହକୁ ଝୁଣି ଖାଇଲା ବୁଲା କୁକୁର ।

 


ମାଲକାନଗିରି ତା ୦୬/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ମେଡିକାଲ ପରିସରରୁ ମୃତ ଶିଶୁର ଶବ ଝୁଣି ଖାଇଲା ବୁଲା କୁକୁର ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ନିକଟରେ । ଆଜି ସନ୍ଧ୍ୟା ସମୟରେ ଏହି ଲୋମଟାଙ୍କୁରା ଦୃଶ୍ୟକୁ ଦେଖି ଭୟଭୀତ ହୋଇପଡିଥିଲେ ପଥଚାରି । ଏହି ନବଜାତ ଶିଶୁ କାହାର ଓ କିଏ ଏହି ଶିଶୁକୁ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲା ନା ମେଡିକାଲ  କତ୍ତୃପକ୍ଷଙ୍କ ଅଗୋଚର ରେ ଘଟିଛି ତାହା କୁ ନେଇ ପ୍ରଶ୍ନ ଉଠୁ ଥିବାବେଳେ ଏହି ଘଟଣା ତଦନ୍ତ ପରିସର ଭୁକ୍ତ ରହିଛି । ଏ ବାବଦରେ  ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ଗଜଏ ବାବଦରେ ଅବଗତ ନଥିବା ସହ ଏହାର ତଦନ୍ତ କରିବାକୁ କହିଛନ୍ତି ।  କିଛି ଦେଖଣାହାରୀ ଏ ବାବଦରେ ପୋଲିସରେ ଖବର ଦେଇଥିଲେ ପୋଲିସ ପକ୍ଷରୁ ଏହି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସ୍ୱଷ୍ଟ କରିଛନ୍ତି ମାଲକାନଗିରି ଥାନା ଅଧିକାରୀ ।

Post a Comment

Previous Post Next Post