ଅଜଣା ଗାଡ଼ି ଧକ୍କାରେ ମାଁ ଏବଂ ଝୀଅ ଗୁରୁତ୍ୱର

 


ଆର ,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-ତା ୨୧/୧/୨୫  ଗଜପତି ଜିଲ୍ଲା ରା, ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ କାର୍ତ୍ତୀକା ଗମାଙ୍ଗ ହାଇସ୍କୁଲ ନିକଟରେ ସଖାଳୁ ପ୍ରାୟ ୯ ଘଣ୍ଟିକା ସମୟରେ ଏକ ଅଜଣା ଗାଡ଼ି ଦୁଇଜଣ ଙ୍କୁ ଧକା ମାରି ଚାଲିଗଲା , ଫଳରେ ମା ଝୀଅ ଗୁରୁତ୍ୱର ,ଏମାନେ ହେଲେ ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତର ରଣାଲଇ  ଗ୍ରାମର ବିଧବା ମାଁ  ଆଲେଖି ପାଣି ବୟସ ୫୮ ଏବଂ ତାଙ୍କ ଝିଅ ରିନିମା ପାଣି ବୟସ ୩୦  ଯାହା ଫଳରେ  ଝୀଅ ରିନିମା ପାଣି ରକ୍ତ ବାନ୍ତି ସହ   ଗୁରୁତର ରକ୍ତ ଜୁଡୁ ବୁଡୁ  ଅବସ୍ତାରେ ଥିବାବେଳେ ଚନ୍ଦ୍ରଗିରି ଗୋଷ୍ଠି ଶ୍ଵାସ୍ତ୍ୟ କେନ୍ଦ୍ର କୁ ନେଇଥିଲେ । କିନ୍ତୁ ସେମାନଙ୍କ ର ଅବସ୍ତା  ଗୁରୁତ୍ୱର ଥିବାରୁ  ମା ଏବଂ ଝିଅ ଙ୍କୁ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି । ସୂଚନା ପ୍ରକାରେ ମାଁ ଆଲେଖି ପାଣି ଏବଂ ଝିଅ ରିନିମା ପାଣି ଙ୍କ ଛାତି ର ହାଡ଼ ଭାଙ୍ଗି ଥିବାବେଳେ ,ଝୀଅ ରିନିମା ଙ୍କୁ ମୁଣ୍ଡରେ ଜୋର ଆଘାତ ଲାଗିଛି ଯାହା ଫଳରେ ସାତ ଗୋଟି ଟିଚ୍ ପଡ଼ିଛି । ତେବେ ଏହି ପିଡ଼ିତ ପରିବାର କୁ କେଉଁ ଅଜଣା ଗାଡ଼ି ଧକ୍କା ମାରି ଚାଲିଗଲା ତାହା ଯଥା ଶିଘ୍ର ପ୍ରଶାସନ ତଦନ୍ତ କରି ଉଚ଼ିତ୍ ନ୍ୟାୟ ଦେବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

Post a Comment

Previous Post Next Post