ମାଲକାନଗିରି ତା୨୧/୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଆଜି ୧୫ତମ ଜାତୀୟ ଭୋଟର ଦିବସ ୨୦୨୫ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସର ରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ସହକାରୀ ଜିଲ୍ଲାପାଳ ଅଜୟ ମଣ୍ଡାଙ୍ଗୀ, ସହକାରୀ ଜିଲ୍ଲାପାଳ ଅଶୋକ ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜର ସମସ୍ତ ପ୍ରଧାନଶିକ୍ଷକ, ମାଲକାନଗିରି ଥାନା ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆସନ୍ତା ୨୫ ତାରିଖ ସକାଳେ ସଂସ୍କୃତି ଭବନରେ ୧୫ତମ ଜାତୀୟ ଭୋଟର ଦିବସ ପାଳନ ପାଇଁ ଏକ ପଦଯାତ୍ରା ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରେଷ୍ଠ ବିଏଲଓ, ବିଏଲଓ ପର୍ଯ୍ୟବେକ୍ଷକ, ଶ୍ରେଷ୍ଠ ଜିପିଡିଓ, ଶ୍ରେଷ୍ଠ ଇଏଲସି ଏବଂ ଜିଲ୍ଲାସ୍ତରୀୟ ବିତର୍କ, ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ସହ ପ୍ରମାଣପତ୍ର ପ୍ରଦାନ କରାଯିବ।
ସୂଚନା ଯୋଗ୍ୟ ଯେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ରେ ମୋଟ ୩୦୨ଟି ମତଦାନ କେନ୍ଦ୍ର ରହିଥିବା ବେଳେ ୧ଲକ୍ଷ ୨୩ହଜାର ୩୬୦ ମହିଳା ଓ ୧ଲକ୍ଷ ୨୮ହଜାର ୭୫୫ ପୁରୁଷ ଭୋଟର ସହ ୩୨ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି, ସେହି ପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରେ ୨୪୭ଟି ମତଦାନ କେନ୍ଦ୍ର ଥିବା ବେଳେ ୧ଲକ୍ଷ ୪୩୮ଜଣ ପୁରୁଷ ଭୋଟର ଓ ୧ଲକ୍ଷ ୯ ହଜାର ୫୭୮ଜଣ ମହିଳା ଭୋଟର ଏବଂ ୧୬ଜଣ ଭୋଟର ଅଛନ୍ତି। ଏହା ମଧ୍ୟରେ ଜିଲ୍ଲାରେ ମୋଟ ୧୧ହଜାର ୩୪୯ ଜଣ ଯୁବ ଭୋଟର ଥିବାର ଜଣାପଡିଛି। ଆସନ୍ତା ନିର୍ବାଚନ ରେ ଯେପରି ଅଧିକରୁ ଅଧିକ ମହିଳା ଓ ଯୁବ ଭୋଟର ମାନେ ମତଦାନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଗାଁ ଗାଁ ରେ ସଚେତନତା ର ବାର୍ତା ଦେଵା ପାଇଁ ଉକ୍ତ ବୈଠକ ରେ ନିଷ୍ପତି ନିଆଯାଇଥିଲା।


