ବିଜେପି ମହିଳା କର୍ମୀ ସଂଗଠନ ଉଦ୍ ଘାଟନ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ କଳା ପରିଷଦ ଠାରେ ଭାରତୀୟ ଜନତା ଦଳ ର ବରିଷ୍ଠ ନେତ୍ରୀ ଅନୁଯା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଭାରତୀୟ ଜନତା ମହିଳା କର୍ମୀ ସଂଗଠନ ର ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ପ୍ରେମସିଲା ନନ୍ଦ, ମୋନିକା ପ୍ରହରାଜ, ଉଷାରାଣୀ ମହାପାତ୍ର, ଗୀତା ଦାଶ, ରିନା ମହାରଣା, ରଂଜିତା ଡାକୁଆ ପ୍ରମୁଖ ବରିଷ୍ଠ ନେତ୍ରୀମାନେ ମିଳିତ ଭାବରେ ଶୁଭାରମ୍ଭ କରିଥିଲେ l ଏହି ସଂଗଠନ ମୂଳ ଲକ୍ଷ କିପରି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଜୀଙ୍କର ସମସ୍ତ ଯୋଜନା ଲୋକଙ୍କ ପାଖରେ ପଂହଁଚେଇବା ସହ ଆଗାମୀ ନିର୍ବାଚନ କୁ ଆଖିଆଗରେ ରଖି  ମହିଳା ସଂଗଠନ କୁ ଆହୁରି ଅଧିକ ମଜବୁତ କରିବା ପାଇଁ ସ୍ଥିର ହୋଇଥିଲା। ସଂଗଠନ କୁ ମିଳିମିଶି  ଆଗକୁ ନେବା ସହ ବିଭିନ୍ନ ଯୋଜନା କିପରି ଲୋକଙ୍କ ନିକଟରେ ପହଂଚି ବ ସେଥି ନେଇ ଗୁରୁତ୍ୱ ଦେବାକୁ ବରିଷ୍ଠ ନେତ୍ରୀ  ଅନୁଯା ନନ୍ଦ କହିଥିଲେ । ଆଗାମୀ ଦିନରେ ମଧ୍ଯ ବିଜେପି ରେ ମହିଳା ମାନେ କିପରି ଅଧିକ ରୁ ଅଧିକ ସାମିଲ ହୋଇପାରିବେ ସେଥି ଲାଗି  ବିଶଦ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲା ବ୍ୟାପି ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିଷ୍ପତି ହୋଇଥିଲା ।

Post a Comment

Previous Post Next Post