କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ପାଳନ ।

ଆର,ଉଦୟଗିରି-ମୋ ନ୍ୟୁଜ ଓଡ଼ଶା(ମନୋଜ କୁମାର ପାଢୀ) 

ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ , ଜେ. ଆର୍. ସି. ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ବାବଧାନରେ  ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଥିବା ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଜନ ସଚେତନତା ପାଇଁ ପଟୁଆରରେ ବାହାରି ନଗର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଣୁ ଛାତ୍ର ଛାତ୍ରୀ ମାନେ ''ସଡ଼କ ସୁରକ୍ଷା ଜୀବନ ରକ୍ଷା" ହେଲମେଟ ପିନ୍ଧ ଗାଡ଼ି ଚଳାଅ"  ଆଦି ସ୍ଲୋଗାନ ଦେଇ ଏବଂ ସଙ୍ଗୀତ ଗାଇ ଗାଇ ପରିକ୍ରମା କରିଥିଲେ ।  ହେଲମେଟ ପିନ୍ଧିବା ଦ୍ବାରା   ଜୀବନ ସୁରକ୍ଷିତ ହୋଇପାରିବ ଏବଂ ଟ୍ରାଫିକ ନିୟମ ପାଳନ କରିବାକୁ ମଧ୍ୟ ଅବଗତ କରାଯାଇଛି।

Post a Comment

Previous Post Next Post