କନ୍ଧମାଳ : ମୋ ନିୟୁଜ ଓଡିଶା ୨୦/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ କନ୍ଧମାଳ ଜିଲ୍ଲା କେରୋନେସନ ଗ୍ରାଉଣ୍ଡ ରେ ଆଜି ପ୍ରଥମ ବାର୍ଷିକ ଆଦିବାସି ଫୁଟବଲ୍ କପ୍ କୁଇ-କ୍ରିଡ଼ା ସଭାପତି ଶ୍ରୀ ସୁଜିତ୍ ମଲ୍ଲିକ ଙ୍କ ନେତୃତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ ରେ ବାରଗୋଟି ବ୍ଲକ୍ ରୁ ବାରଟି ଆଦିବାସି ଦଳ ଅଂଶ ଗ୍ରହଣ ଭାଗ କରିଥିଲେ।ପ୍ରତିଯୋଗିତା ଟି ୧୭ ତାରିଖ ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଦିର୍ଘ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦ୍ ଘାଟନି ଦିବସ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଉଦ୍ ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି କନ୍ଧମାଳ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର , ଆଞ୍ଚଳିକ କୁଇକୂଳ ଉପଶାଖା, ସାରଙ୍ଗଡ ସଭାପତି ଶ୍ରୀ ନିରାକାର ପ୍ରଧାନ,ଫୁଲବାଣୀ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ପ୍ରମୁଖ ଯୋଗଦେଇଥିବା ବେଳେ ଉଦ୍ ଜାପାନୀ ଦିବସ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ବିଜେପି ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, ଯୁବପରିଷଦ ସଭାପତି ଶ୍ରୀ ଦେବାଶିଷ କହଁର, ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀ,ସାଂସ୍କୃତିକ ସମ୍ପାଦକ ଶ୍ରୀ ବିରେନ୍ଦ୍ର କହଁର, ଗୋଛାପଡ଼ା ଶାଖା ଯୁଗ୍ମ ସମ୍ପାଦକ ଶ୍ରୀ ଅର୍ଜୁନ କହଁର, ଉପ ସଭାପତି ଗୋଲକ ବିହାରୀ କହଁର,ଟିଟ୍ରାପଙ୍ଗା ସରପଞ୍ଚ ଶ୍ରୀ ସଂଜିବ ଲୋଚନ ପ୍ରଧାନ , ଗୌତମ ପ୍ରଧାନ,କୁଇ ଭାଷା ସାହିତ୍ୟ ସାଧାରଣ ସଂପାଦକ ଡଃ ନିରୋଦ ଚନ୍ଦ୍ର କହଁର,ପୂର୍ବତନ ଉପାଧ୍ୟକ୍ଷା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଶ୍ରୀମତି ନଳିନୀ କହଁର, ଶ୍ରୀ ମଙ୍ଗରାଜ ପ୍ରଧାନ କୁଇ ସମାଜ ଯୁବ ପରିଷଦ ସଭାପତି ଦେବାଶିଷ କହଁର ସଭାପତି କୁଇ ଯୁବ ପରିଷଦ କନ୍ଧମାଳ, ଶ୍ରୀ ଅଚ୍ୟୁତ ଯାନୀ ସଧାରଣ ସମ୍ପାଦକ କୁଇ ଯୁବ ପରିଷଦ, ଶ୍ରୀ ଅବନୀ କହଁର ସମ୍ପାଦକ କୁଇ ସମାଜ ପ୍ରମୁଖ ଯୋଗଦେଇଥିଲେ।ଖେଳ ପରିଚାଳନା ନସିବ ପ୍ରଧାନ,ଜଗନ୍ନାଥ କହଁର, ସପ୍ନେଶ୍ୱର କହଁର, ଅନ୍ତର୍ଯ୍ୟାମୀ ପ୍ରଧାନ, ବିଶ୍ଵନାଥ କହଁର , ଉମେଶ ଚନ୍ଦ୍ର ମାଝୀ କରିଥିଲେ। ଫାଇନାଲ ମ୍ୟାଚ୍ କ. ନୂଆଗାଁ ବ୍ଲକ୍ ଏବଂ ଫିରିଙ୍ଗିଆ ବ୍ଲକ୍ ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଖେଳ ରେ ପେନାଲିଟୀ ଶୋଟ ରେ ବିଜୟୀ ହେଲେ ଫିରିଙ୍ଗିଆ ବ୍ଲକ୍ ଦଳ। ବିଜେତା ଦଳ କୁ ଟ୍ରଫି ସହ ୩୦,୦୦୦ ଟଙ୍କା ଏବଂ ଉପବିଯେତା ଦଳ କୁ ଟ୍ରଫି ସହ ୨୦,୦୦୦ ଟଙ୍କା କମିଟି ତରଫ ରୁ ପ୍ରଦାନ କରାଯାଇଥିଲା। ସେହିଭଳି ଗୋବିନ୍ଦ କହଁର, ତରଣି ସେନ୍ କହଁର, ସମୀର ପ୍ରସାଦ ଝାଙ୍କର, ସମ୍ଭୁ ରଞ୍ଜନ କହଁର, ସଚିନ୍ କହଁର , ବଳରାମ ଦେହୁରୀ, ସିଦ୍ଧାର୍ଥ ଶଙ୍କର ପ୍ରଧାନ ପ୍ରମୁଖ ସ୍ୱେଚ୍ଛାସେବୀ ଙ୍କୁ ମଞ୍ଚରେ କମିଟି ତରଫ ରୁ ସମ୍ମାନୀତ କରାଯାଇଥିଲା।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


